Categories: ଜାତୀୟ

ତୁର୍କୀ ଭୂକମ୍ପକୁ ନେଇ ଦୁଃଖ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୬ା୨: ସୋମବାର ତୁର୍କୀ ଏବଂ ସିରିଆରେ ଶକ୍ତିଶାଳୀ ଭୂକମ୍ପ ହୋଇଛି। ତୁର୍କୀର ନୁର୍‌ଦାଗୀଠାରୁ ୨୩ କିଲୋମିଟର ପୂର୍ବରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ତୀବ୍ରତା ୭.୮ ଥିଲା। ପ୍ରାୟ ୧ ମିନିଟ୍‌ ଧରି ଚାଲିଥିବା ଏହି ଭୂକମ୍ପ ଯୋଗୁ ଅନେକ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଛି।  ମୃତକଙ୍କ ସଂଖ୍ୟା ୩୦୦ ଟପିଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି।

ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ତୁର୍କୀରେ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଥିବାରୁ ମୁଁ ଗଭୀର ଦୁଃଖିତ। ତୁର୍କୀର ଲୋକଙ୍କ ସହ ଭାରତ ଏକତା ରଖିଛି ଏବଂ ଏହି ଦୁଃଖଦ ଘଟଣାର ମୁକାବିଲା ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛି।

Share