ବେଙ୍ଗାଲୁରୁ,୬।୫ : କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୪୧ ଆସନ ଜିତିବ। ରାଜ୍ୟର ଜନସାଧାରଣ ଦଳକୁ କ୍ଷମତାକୁ ଆଣିବେ ବୋଲି କଂଗ୍ରେସ ରାଜ୍ୟ ମୁଖ୍ୟ ଡି କେ ଶିବକୁମାର ଶନିବାର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ଦଳ ଯାହା ନିଷ୍ପତ୍ତି ନେବେ ସେ ତାହା ପାଳନ କରିବେ।
ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଶିବକୁମାର ଏଭଳି କହିଛନ୍ତି। ରାଜ୍ୟରେ କଂଗ୍ରେସ ସହଜରେ ସଂଖ୍ୟାଗରିଷ୍ଠତା ହାସଲ କରିବ। ଏହି ବିଜୟ ୧୯୭୮ରେ ହୋଇଥିବା ରାଜ୍ୟରେ ଦଳର ବିଜୟ ପରି ଲୋକସଭା ନିର୍ବାଚନ ପାଇଁ ଦ୍ୱାର ଖୋଲିବ।
ବିଧାନସଭା ନିର୍ବାଚନ ପ୍ରଚାରରେ ୟୁନିଫର୍ମ ସିଭିଲ କୋଡ ଏବଂ ନ୍ୟାଶନାଲ ରେଜିଷ୍ଟର ଅଫ ସିଟିଜେନ (ଏନଆରସି) ଭଳି ପ୍ରସଙ୍ଗ ଉଠାଇଥିବାରୁ ସେ ଭାଜପାକୁ କଡା ସମାଲୋଚନା କରିଛନ୍ତି।
ବିଧାନସଭା ନିର୍ବାଚନରେ ଭାଜପାର କୌଣସି ଏଜେଣ୍ଡା ଏବଂ ଦୂରଦୃଷ୍ଟି ନ ଥିବାରୁ ଏଥର ବପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ୟାକ୍ଟର କାମ କରିବ ନାହିଁ।