Categories: ଜାତୀୟ

ମୁଲାୟାମ ସିଂ ମୋଦିଙ୍କ ଭଳି ‘ଫେକ୍‌ ଓବିସି’ ନୁହେଁ: ମାୟାବତୀ

ମେନପୁରି,୧୯।୪: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ଶୁଶ୍ରୀ ମାୟାବତୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ମାୟାବତୀ କହିଛନ୍ତି, ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟାମ ସିଂ ଯାଦବ ପ୍ରକୃତରେ ଜଣେ ପଛୁଆ ବର୍ଗର ନେତା। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭଳି ‘ଫେକ୍‌ ଓବିସି’ ବା ମିଛୁଆ ପଛୁଆ ବର୍ଗର ନେତା ନୁହେଁ। ସେ ଆହୁରି ମଧ୍ୟ କହିଛନ୍ତି କି ମୁଲାୟାମ ସମାଜବାଦୀ ପାର୍ଟିରେ ଥିବାବେଳେ ସବୁ ବର୍ଗର ଲୋକଙ୍କ ସହ ମିଶିଛନ୍ତି। ତେଣୁ ସେ ଜଣେ ରିୟଲ ଓବିସି ଲିଡର। ଏକ ରାଲିକୁ ଉଦ୍‌ବୋଧନ ଦେବା ସମୟରେ ମାୟାବତୀ ମୋଦିଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି।

Share