Categories: ଜାତୀୟ

ମକର ସଂକ୍ରାନ୍ତି ଅବସରରେ ଗୋମାତାଙ୍କୁ ଘାସ ଖୁଆଇଲେ ମୋଦି

ନୂଆଦିଲ୍ଲୀ,୧୪।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମକର ସଂକ୍ରାନ୍ତି ଅବସରରେ ଗୋମାତାଙ୍କୁ ନିଜ ଘରେ ଘାସ ଖୁଆଇଛନ୍ତି। ଦକ୍ଷିଣ ଭାରତରେ ମକର ସଂକ୍ରାନ୍ତି ଖୁବ ଧୁମଧାମରେ ପାଳନ କରାଯାଉଥିବା ବେଳେ ଏହି ସମୟରେ ଗୁଡି ଉଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥାଏ।

ଏହାସହ ରବିବାର ରାଜଧାନୀ ଦିଲ୍ଲୀରେ ଦକ୍ଷିଣ ଭାରତର ସବୁଠାରୁ ପବିତ୍ର ପର୍ବ ପୋଙ୍ଗଲ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିଥିଲେ। ପୋଙ୍ଗଲ ମହୋତ୍ସବର ଏହି କାର୍ଯ୍ୟକ୍ରମ ଦିଲ୍ଲୀର ରାଜ୍ୟ ମନ୍ତ୍ରୀ ଏଲ ମୁରୁଗାନଙ୍କ ବାସଭବନରେ ଆୟୋଜିତ ହୋଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ରୀତିନୀତି ଅନୁଯାୟୀ ପୂଜା କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ସହ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ତଥା ତେଲଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦର୍ଯ୍ୟରାଜନ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ବ୍ୟତୀତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ମଧ୍ୟ ଏହି ପୋଙ୍ଗଲ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିଲେ।
ଏହି ସମୟରେ ମୋଦୀ ତାମିଲନାଡୁବାସୀ ତଥା ଦେଶବାସୀଙ୍କୁ ପୋଙ୍ଗଲର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୋଙ୍ଗଲ ଦିନ ତାମିଲନାଡୁର ପ୍ରତ୍ୟେକ ଘର ପୋଙ୍ଗଲ ଧାରା ଦ୍ୱାରା ପ୍ରଭାବିତ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେହିଭଳି ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧତା ଏବଂ ସନ୍ତୁଷ୍ଟିର ପ୍ରବାହ ଜାରି ରହିବ। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମକର ସଂକ୍ରାନ୍ତି ଏବଂ ମାଘ ବିହୁରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share