ସୁସ୍ମିତାଙ୍କୁ ଭୁଲିଗଲେ ମୋଦି

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ରଥମ କମିଶନର ତଥା ପଳାତକ ବ୍ୟବସାୟୀ ଲଳିତ ମୋଦି ନିଜ ଇନ୍‌ଷ୍ଟାଗ୍ରାମ ବାୟୋରେ ପ୍ରୋଫାଇଲ ଫଟୋ ବଦଳାଇଛନ୍ତି। ପୂର୍ବରୁ ଏଥିରେ ସେ ପ୍ରାକ୍ତନ ମିସ୍‌ ୟୁନିଭର୍ସ ସୁସ୍ମିତା ସେନଙ୍କ ସହ ନିଜ ଫଟୋ ରଖିଥିଲେ, ଯହିଁରେ ଉଭୟେ ହସୁଥିବା ଦେଖିବାକୁ ମିଳିଥିଲା। ଗତ ଜୁଲାଇ ୧୪ରେ ପୋଷ୍ଟ କରିଥିବା ଉକ୍ତ ଫଟୋରେ ଲଳିତ ମୋଦି ଲେଖିଥିଲେ, ଯାହାବି ହେଉ ଶେଷରେ ମୁଁ ମୋ ପ୍ରେମିକା ସୁସ୍ମିତା ସେନଙ୍କ ସହ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛି। ଏହା ଉପରେ ସୁସ୍ମିତା ମଧ୍ୟ ନିଜ ପ୍ରତିକ୍ରିୟା ରଖିଥିଲେ। ସୋସିଆଲ ମିଡିଆରେ ଏହା ବହୁଳ ପ୍ରସାରିତ ହେବା ପରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବୋଲି ସୁସ୍ମିତାଙ୍କ ପ୍ରଶଂସକମାନେ ମନେକରିଥିଲେ। କିନ୍ତୁ ମୋଦି ଏବେ ସେହି ପ୍ରୋଫାଇଲ ଫଟୋକୁ ଚେଞ୍ଜ କରି କେବଳ ନିଜର ଏକ ଫଟୋ ରଖିଛନ୍ତି। ଟୁଇଟରରେ ୟୁଜର୍ସ ଲେଖିଛନ୍ତି, ମୋଦି କ’ଣ ତାଙ୍କ ବେଟର ହାଫ୍‌ ସୁସ୍ମିତାଙ୍କୁ ଭୁଲିଗଲେ? ଦୁହିଁଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଗଲା କି? ଡେଟିଂର ଦେଢ଼ମାସ ପରେ ପ୍ରେମରେ ଭଟ୍ଟା ପଡ଼ିଗଲା କି? ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଆଉ ଜଣେ ୟୁଜର ଲେଖିଛନ୍ତି, ଆରେ ହେ… ଅଭିନେତ୍ରୀ ସୁସ୍ମିତା ସେନ ପରା ଗତମାସରେ ତାଙ୍କ ଏକ୍ସ ବୟଫ୍ରେଣ୍ଡ ରହମାନ ଶଲ୍‌ଙ୍କ ସହ ବୁଲୁଥିଲେ। ଦୁହେଁ ମିଶି ମୁମ୍ବାଇରେ ଶପିଙ୍ଗ୍‌ କରୁଥିଲେ।

Share