Categories: ଜାତୀୟ

ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଲେ ମୋଦି

ନୂଆଦିଲ୍ଲୀ,୧୩।୧୦: ‘ପାର୍ଲାମେଣ୍ଟ-୨୦’ ଶିଖର ସମ୍ମିଳନୀ ଅର୍ଥାତ୍‌ ପି-୨୦ ଭାରତରେ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପି-୨୦ ଦେଶର ନେତାମାନଙ୍କୁ ସମ୍ବୋଧିତ କରିଥିଲେ। ପି-୨୦ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ, ଦୁନିଆର ପ୍ରତ୍ୟେକ କୋଣରେ ଯାହା ଘଟୁଛି, ତାହା କାହାକୁ ଅଛପା ନାହିଁ। ଆମକୁ ଗୋଟିଏ ପରିବାର ଭାବରେ ଦୁନିଆକୁ ଦେଖିବାକୁ ପଡିବ। ସଂଘର୍ଷ ଯୋଗୁ ବିଶ୍ୱ ସଙ୍କଟ ଦେଇ ଗତି କରୁଛି। ସଂଘର୍ଷ କାହାର ହିତରେ ନୁହେଁ। ଏହା ଶାନ୍ତିର ସମୟ ଅଟେ। ସମସ୍ତେ ଏକାଠି ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସପ୍ତାହେ ହେବ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଯୁଦ୍ଧ ଚାଲିଛି। ଏହି ଯୁଦ୍ଧରେ ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି।

Share