ଜି-୭ ସମ୍ମିଳନୀରେ ପରିବେଶର ବାର୍ତ୍ତା ଦେଲେ ମୋଦି, ପିନ୍ଧିଲେ ସ୍ବତନ୍ତ୍ର ଜ୍ୟାକେଟ୍‌

ନୂଆଦିଲ୍ଲୀ/ଟୋକିଓ,୨୧ା୫: ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ନିଜ ପୋଷାକ ମାଧ୍ୟମରେ ପରିବେଶର ବାର୍ତ୍ତା ବାଣ୍ଟିଛନ୍ତି।

ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ରିସାଇକ୍ଲିଡ୍‌ ସାମଗ୍ରୀରେ ନିର୍ମିତ ଏକ ସ୍ବତନ୍ତ୍ର ଜ୍ୟାକେଟ୍‌ ପିନ୍ଧିଥିଲେ। ଏହି ଜ୍ୟାକେଟ ବିଶ୍ୱକୁ ସ୍ଥିରତାର ବାର୍ତ୍ତା ଦେଇଛି। ପ୍ରଧାନମନ୍ତ୍ରୀ ତାଙ୍କ ବିଦେଶ ଗସ୍ତରେ ଭାରତୀୟ ସଂସ୍କୃତିର ପ୍ରଚାର ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।

ବ୍ୟବହୃତ ବୋତଲ ସଂଗ୍ରହ କରି ସେଗୁଡ଼ିକୁ ଭାଙ୍ଗି ତରଳାଯାଇ ପ୍ରଧାନମନ୍ତ୍ରୀଙ୍କ ଜ୍ୟାକେଟ୍‌ ତିଆରି କରାଯାଇଥିଲା। ଏହା ପରେ, ଏଥିରେ ରଙ୍ଗ ଦିଆଯାଇ ସୂତାରେ ତିଆରି ହୋଇଛି। ଏହିପରି ପୁରୁଣା ସାମଗ୍ରୀକୁ ପୁନଃ ବ୍ୟବହାର କରି ପ୍ରଧାନମନ୍ତ୍ରଙ୍କ ଜ୍ୟାକେଟ ତିଆରି କରାଯାଇଥିଲା।

ଏହା ପୂର୍ବରୁ ଗତ ଫେବୃୟାରୀ ୮ରେ ପ୍ରଧାନମନ୍ତ୍ରୀ ହାଲୁକା ନୀଳ ରଙ୍ଗର ଜ୍ୟାକେଟ୍‌ ପିନ୍ଧି ଲୋକ ସଭାରେ ପହଞ୍ଚିଥିଲେ। ପ୍ଲାଷ୍ଟିକ ବୋତଲଗୁଡ଼ିକର ପୁନଃ ବ୍ୟବହାର କରାଯାଇ ସେହି ଜ୍ୟାକେଟ ତିଆରି କରାଯାଇଥିଲା। ଏହି ସମ୍ମିଳନୀରେ ମୋଦି ଏକାଧିକ ସଙ୍କଟକୁ ଦୂର କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

Share