ଓ୍ବାଶିଂଟନ୍,୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୩ରେ ଆମେରିକାର ପ୍ରଥମ ଲେଡି ଜିଲ ବିଡେନଙ୍କୁ ୧୭ ଲକ୍ଷ ଟଙ୍କା ମୂଲ୍ୟର ହୀରା ଉପହାର ଦେଇଥିଲେ। ମୋଦିଙ୍କ ଏହି ଉପହାର ୨୦୨୩ରେ ଜିଲ ବାଇଡେନଙ୍କୁ ବିଦେଶୀ ନେତାଙ୍କଠାରୁ ମିଳିଥିବା ସବୁଠାରୁ ମହଙ୍ଗା ଉପହାର ଥିଲା।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପରିବାରକୁ ୨୦୨୩ରେ ବିଶ୍ୱର ବହୁ ବିଦେଶୀ ନେତାଙ୍କ ଦ୍ୱାରା ହଜାରେ ଡଲାର ମୂଲ୍ୟର ଉପହାର ଦିଆଯାଇଥିଲା। ଏଥିରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଉପହାରର ମୂଲ୍ୟ ୨୦ ହଜାର ଡଲାର ଅର୍ଥାତ୍ ୧୭ ଲକ୍ଷ ଟଙ୍କା ଥିଲା।
ମୋଦି ଦେଇଥିବା ୭.୫ କ୍ୟାରେଟ ହୀରା ୨୦୨୩ରେ ଜୋ ବାଇଡେନଙ୍କ ପରିବାରର କୌଣସି ସଦସ୍ୟ ଗ୍ରହଣ କରିଥିବା ସବୁଠାରୁ ମହଙ୍ଗା ଉପହାର ଥିଲା। ସ୍ବରାଷ୍ଟ୍ର ବିଭାଗର ବାର୍ଷିକ ରିପୋର୍ଟ ଅନୁଯାୟୀ, ଆମେରିକାରେ ଥିବା ୟୁକ୍ରେନ ରାଷ୍ଟ୍ରଦୂତ ଜୋ ବାଇଡେନ ଏବଂ ତାଙ୍କ ପରିବାରକୁ ୧୪,୦୬୩ ଆମେରିକୀୟ ଡଲାର ମୂଲ୍ୟର ଏକ ବ୍ରୋଚ ଏବଂ ବ୍ରେସଲେଟ ଉପହାର ଦେଇଛନ୍ତି। ଇଜିପ୍ଟର ରାଷ୍ଟ୍ରପତି ଏବଂ ପ୍ରଥମ ଲେଡିଙ୍କୁ ୪,୫୧୦ ଆମେରିକୀୟ ଡଲାର ମୂଲ୍ୟର ଏକ ବ୍ରୋଚ ଏବଂ ଫଟୋଗ୍ରାଫ ଆଲବମ ଉପହାର ଦେଇଛନ୍ତି।
ସ୍ବରାଷ୍ଟ୍ର ବିଭାଗର ସୂଚନାନୁସାରେ, ୨୦,୦୦୦ ଡଲାର ମୂଲ୍ୟର ହୀରାକୁ ସରକାରୀ ଉଦ୍ଦେଶ୍ୟରେ ହ୍ବାଇଟ ହାଉସର ଇଷ୍ଟ ୱିଙ୍ଗରେ ରଖାଯାଇଛି। ଜୋ ବାଇଡେନ ଏବଂ ଜିଲଙ୍କ ଦ୍ୱାରା ପ୍ରାପ୍ତ ଅନ୍ୟାନ୍ୟ ଉପହାର ଅଭିଲେଖାଗାରକୁ ପଠାଯାଇଛି।
ଜୋ ବାଇଡେନ ଏବଂ ଜିଲ ବାଇଡେନଙ୍କ ଅତୀତରେ ବହୁ ମୂଲ୍ୟବାନ ଉପହାର ମଧ୍ୟ ପାଇଛନ୍ତି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନ ସୁକ-ୟୋଲଙ୍କ ଠାରୁ ୭,୧୦୦ ଆମେରିକୀୟ ଡଲାର ମୂଲ୍ୟର ଏକ ଫଟୋ ଆଲବମ ମୋଙ୍ଗୋଲିଆ ପ୍ରଧାନମନ୍ତ୍ରୀଙ୍କ ଉପହାର ସ୍ବରୂପ ୩,୪୯୫ ଆମେରିକୀୟ ଡଲାର ମୂଲ୍ୟର ମୋଙ୍ଗୋଲିଆ ଯୋଦ୍ଧାମାନଙ୍କ ପ୍ରତିମୂର୍ତ୍ତି ଗ୍ରହଣ କରାଯାଇଥିଲା। ଏହା ବ୍ୟତୀତ ବ୍ରୁନେଇର ସୁଲତାନ ୩୦୦୦ ଆମେରିକୀୟ ଡଲାର ମୂଲ୍ୟର ଏକ ରୂପା ପାତ୍ର, ଇସ୍ରାଏଲର ରାଷ୍ଟ୍ରପତି ୩୧୬୦ ଆମେରିକୀୟ ଡଲାର ମୂଲ୍ୟର ରୂପା ଟ୍ରେ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ୨୪୦୦ ଆମେରିକୀୟ ଡଲାରର ଉପହାର ଦେଇଛନ୍ତି।