Categories: ଜାତୀୟ

ମୋଦି ଦେଲେ ଭରସା

ଥିରୁଭାନନ୍ତପୁରମ୍‌,୧୭।୧୦: କେରଳରେ ପ୍ରବଳ ବର୍ଷା ଲାଗି ରହିଛି। ଅନେକ ସହରରେ ପରିସ୍ଥିତି ପରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର କୋକ୍କାୟାରରେ ଭୂସ୍ଖଳନ ପରେ ୩ଟି ମୃତଦେହ ଉଦ୍ଧାର କରାଯାଇଛି। ଏହା ସହ ରାଜ୍ୟରେ ଏପର୍ଯ୍ୟନ୍ତ ବର୍ଷା ଯୋଗୁ ୨୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ୧୩ ଜଣ କୋଟାୟମ ଏବଂ ଆଠ ଜଣ ଇଡୁକିରୁ ବୋଲି କୁହାଯାଉଛି।
ଏହି ବିପଦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ସିଏମ ପିନାରାଇ ବିଜୟଙ୍କ ସହ କଥା ହୋଇ ବନ୍ୟା ପରିସ୍ଥିତି ସମୀକ୍ଷା କରିଛନ୍ତି। ପ୍ରବଳ ବର୍ଷା ଓ ଭୂସ୍ଖଳନ ପରେ ପରିସ୍ଥିତି ସମ୍ପର୍କରେ ଦୁହେଁ ଆଲୋଚନା କରିଥିଲେ। ଏଭଳି ସମୟରେ ରାଜ୍ୟକୁ ସମସ୍ତ ସହାୟତା ଦିଆଯିବ ବୋଲି ମୋଦି ମୁଖ୍ୟମନ୍ତ୍ରୀଙ୍କୁ ଭରସା ଦେଇଛନ୍ତି। ଆହତ ଏବଂ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କାର୍ଯ୍ୟ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରିଛନ୍ତି। କେରଳରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁ କିଛି ଲୋକ ପ୍ରାଣ ହରାଇଛନ୍ତି। ସମସ୍ତଙ୍କ ସୁରକ୍ଷା ଏବଂ ସୁସ୍ଥତା ପାଇଁ ମୁଁ ପ୍ରାର୍ଥନା କରୁଛି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ବୋଲି ପ୍ରଧାନମନ୍ତନ୍ତ୍ରୀ ଟୁଇଟ୍‌ ଯୋଗ କହିଛନ୍ତି।
ବନ୍ୟାରୁ ଉଦ୍ଧାର ପାଇଁ ସେନା ମୁତୟନ କରାଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପାତନମଥିଟ୍ଟା, କୋଟାୟାମ, ଏର୍ନାକୁଲମ, ଇଡୁକି, ଥ୍ରୀସୁର ଜିଲାରେ ରେଡ ଆଲର୍ଟ ଜାରି କରାଯାଇଛି। ଥିରୁଭନନ୍ତପୁରମ, କୋଲାମ, ଆଲାପୁଜା, ପାଲକ୍କଡ, ମାଲାପୁରମ, କୋଜିକୋଡେ ଏବଂ ୱାୟନାଡ ଜିଏା ପାଇଁ ଏକ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

Share