Categories: ଜାତୀୟ

ବିଧାନସଭା ନିର୍ବାଚନ ପୂର୍ବରୁ ବିହାରକୁ ୯୦୧ କୋଟିର ଉପହାର ଦେଲେ ମୋଦି

ନୂଆଦିଲ୍ଲୀ, ୧୩।୯: ଆଗକୁ ବିହାରରେ ବିଧାନସଭା ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ଭୋଟରଙ୍କୁ ଆକର୍ଷିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୦୧ କୋଟି ଟଙ୍କାର ଉପହାର ଦେଇଛନ୍ତି। ସେ ରବିବାର ରାଜ୍ୟର ୩ଟି ପେଟ୍ରୋଲିୟମ୍‌ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ସେଥିମଧ୍ୟରେ ପାରାଦ୍ୱୀପ୍‌-ମୁଜାଫରପୁର ଏଲପିଜି ପାଇପ୍‌ଲାଇନ୍‌ ପରିଯୋଜନା, ପୂର୍ବ, ଚମ୍ପାରଣର ଏଚ୍‌ପିସିଏଲ୍‌ର ପ୍ରକଳ୍ପ ଏବଂ ଦୁର୍ଗାପୁର-ବାଙ୍କାସ୍ଥିତ ଇଣ୍ଡିଆନ୍‌ ଅଏଲ୍‌ ପ୍ରକଳ୍ପ ରହିଛି। ୧୯୩ କିଲୋମିଟର ଲମ୍ବ ପାରାଦ୍ୱୀପ୍‌-ହଳଦିଆ-ଦୁର୍ଗାପୁର ପାଇପ୍‌ ଲାଇନ ପ୍ରକଳ୍ପରେ ୬୩୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ମୋଦି ରାଜ୍ୟରେ ୧୬ ହଜାର କୋଟି ଟଙ୍କାର ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ମୋଦି ସେପ୍ଟମ୍ବର ୧୫, ୧୮, ୨୧ ଏବଂ ୨୩ରେ କେତେକ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିବେ ବୋଲି କୁହାଯାଉଛି।

Share