Categories: ଜାତୀୟ

ବାରାଣସୀକୁ ୬୧୪ କୋଟିର ଦୀପାବଳି ଉପହାର ଦେଲେ ମୋଦି

ବାରାଣସୀ,୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସଂସଦୀୟ ଆସନ ବାରାଣସୀକୁ ସୋମବାର ୬୧୪ କୋଟି ଟଙ୍କାର ଦୀପାବଳି ଉପହାର ଦେଇଛନ୍ତି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସେ ଏଠାରେ ୩୩ ପରିଯୋଜନାର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି। ବାରାଣସୀକୁ ସ୍ମାର୍ଟ ସହର ଭାବେ ଗଢ଼ିବା ଲାଗି ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ମୋଦି କହିଛନ୍ତି। ସାରନାଥରେ ସାଉଣ୍ଡ ଏବଂ ଲାଇଟ୍‌ ସିଷ୍ଟମ୍‌ର ଲୋକାର୍ପଣ କରାଯାଇଛି। ସେହିପରି୧୦୫ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଏବଂ ୧୦୧ ଆଶ୍ରୟ କେନ୍ଦ୍ରର ଲୋକାର୍ପଣ ମୋଦି କରିଛନ୍ତି। ସହରରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ୩ ହଜାର ସର୍ଭେଲାନ୍ସ୍‌ କ୍ୟାମେରା ସ୍ଥାପନ କରାଯିବ। ଏଥିରେ ୧୨୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଖିଡ଼ିକିଆ ଘାଟର ବିକାଶ କରାଯିବ।

Share