ମୋଦିଙ୍କୁ ଆମେରିକାର ସର୍ବୋଚ୍ଚ ସମ୍ମାନ

ଓ୍ବାଶିଂଟନ,୨୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ୍‌ ଛାଡିବା ପୂର୍ବରୁ ମୋଦିଙ୍କୁ ସମ୍ମାନୀତ କରିଛନ୍ତିି। ମୋଦିଙ୍କୁ ଟ୍ରମ୍ପ୍‌ ‘ଲିଜନ ଅଫ୍‌ ମେରିଟ୍‌’ ସମ୍ମାନ ପ୍ରଦାନ କରିଛନ୍ତିି। ଭାରତ ଆମେରିକା ମଧ୍ୟରେ ରାଜନୈତିକ ବୁଝାମଣା ବୃଦ୍ଧି କ୍ଷେତ୍ରରେ ଉଲ୍ଲେଖ ଅବଦାନ ପାଇଁ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଥିବା ଟ୍ରମ୍ପ୍‌ କହିଛନ୍ତି। ଆମେରିକାରେ ଅବସ୍ଥାପିତ ଥିବା ଭାରତୀୟ ରାଜଦୂତ ତରନଜିତ୍‌ ସିଂ ସାନ୍ଧୁ ମୋଦିଙ୍କ ପକ୍ଷରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଆମେରିକା ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ ବ୍ରିଏନ୍‌ ହ୍ବାଇଟ୍‌ ହାଉସ୍‌ରେ ସାନ୍ଧୁଙ୍କୁ ଏହା ପ୍ରଦାନ କରିଛନ୍ତି। ରବର୍ଟ ଟୁଇଟ୍‌ କରି କହିଛନ୍ତି ଯେ, ମୋଦି ଭାରତକୁ ବିଶ୍ୱସ୍ତରରେ ପରିଚିତି ଆଣିଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେହିପରି ଆମେରିକା ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନରେ ମୋଦିଙ୍କ ଅବଦାନ ଭୁଲି ହେବ ନାହିଁ ବୋଲି ରବର୍ଟ କହିଛନ୍ତି।

Share