Categories: ଜାତୀୟ

ସ୍କୁଲରେ ଆରମ୍ଭ ହେବ ପିଏମ୍‌-ପୋଷଣ ଯୋଜନା

ନୂଆଦିଲ୍ଲୀ,୨୯ ।୯: କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର କ୍ୟାବିନେଟରେ କେତେ ଗୁଡିଏ ବଡ ଘୋଷଣା କରାଯାଇଛି । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କ୍ୟାବିନେଟରୁ ମିଳିଥବା ନିଷ୍ପତ୍ତିର ସୂଚନା ଦେଇ କହିଛନ୍ତି କି ଏବେ ସାରା ଦେଶରେ ୧୧.୨ ଲକ୍ଷରୁ ଅଧିକ ସରକାରୀ ଓ ସରକାରୀ ସହାୟତା ସ୍କୁଲରେ ମିଡ ଡେ ମିଲ ପାଇଁ ପିଏମ୍ ପୋଷଣ ଯୋଜନା ଆରମ୍ଭ କରିବାକୁ ମଞ୍ଜୁରୀ ମିଳିଛି । ଏହି ଯୋଜନା ୫ ବର୍ଷ ପର୍ଯ୍ୟନ୍ତ ଚାଲିବ । ଏଥିରେ ୧.୩୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ସେ ଆହୁରି କହିଛନ୍ତି ଏବେ ଯେଉଁ ମିଡ ଡେ ମିଲ ଯୋଜନା ଚାଲିଛି ତାହା ପିଏମ୍ ପୋଷଣ ଯୋଜନା ସହ ମିଶିଯିବ । ପୂର୍ବାପେକ୍ଷା ଏହାକୁ ଆହୁରି ଭଲ କରାଯିବ । ଶିକ୍ଷା ମନ୍ତ୍ରଣାଳୟ ଏହାର ସମ୍ପୂର୍ଣ୍ଣ ସୂଚନା ଦେବ । ଏହି ଯୋଜନା ରାଜ୍ୟ ସହ ମିଶି ଚାଲିବ । ହେଲେ ଏଥିରେ ବଡ ଭାଗିଦାର କେନ୍ଦ୍ର ରହିବ । ଏଥିପାଇଁ ୫୪ ହଜାର କୋଟି କେନ୍ଦ୍ର ସରକାର ଓ ୩୨ହଜାର କୋଟି ରାଜ୍ୟ ସରକାର ଖର୍ଚ୍ଚ କରିବେ । ଏହାସହ କେନ୍ଦ୍ର ସରକାର ୪୫ ହଜାର କୋଟି କେବଳ ଶସ୍ୟ ପାଇଁ ଦେବେ ।

Share