Categories: ଜାତୀୟ

୫ ରାଜ୍ୟ, ୫୫ କୋଟି ଲୋକଙ୍କୁ ବଡ଼ ଫାଇଦା, ମୋଦି ସରକାର ଦେବାକୁ ଯାଉଛନ୍ତି ଗୁଡ୍‌ନ୍ୟୁଜ, ମମତା ବି ହୋଇଯିବେ ଖୁସି

ନୂଆଦିଲ୍ଲୀ,୨।୮: ମୋଦି ସରକାର ଆଉ ଏକ ଖୁସି ଖବର ଦେବାକୁ ଯାଉଛନ୍ତି। ମୋଦି କ୍ୟାବିନେଟ ଶୁକ୍ରବାର ପ୍ରାୟ ୫୦,୦୦୦ କୋଟି ଟଙ୍କା ମୂଲ୍ୟର ଆଠଟି ବଡ଼ ରାଜପଥ ବିକାଶ ପ୍ରସ୍ତାବକୁ ଅନୁମୋଦନ ପାଇଁ ବିଚାର କରିପାରନ୍ତି। ଏହି ପ୍ରକଳ୍ପରେ ଉତ୍ତରପ୍ରଦେଶ, ଆସାମ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ଲୋକ ଉପକୃତ ହେବେ। ଏହି ପାଞ୍ଚଟି ରାଜ୍ୟର ସମୁଦାୟ ଜନସଂଖ୍ୟା ୫୫କୋଟି ଅଟେ।

ରିପୋର୍ଟ ଅନୁଯାୟୀ, ଏହି ପ୍ରକଳ୍ପଗୁଡିକରେ ୬୮ କିଲୋମିଟର ଲମ୍ବ ଅଯୋଧ୍ୟା ବାଇପାସ, ୧୨୧ କିଲୋମିଟର ଲମ୍ବା ଗୁଆହାଟି ରିଙ୍ଗ ରୋଡ, ୫୧୬ କିଲୋମିଟର ଲମ୍ବ ଖଡଗପୁର-ସିଲିଗୁଡି ଏକ୍ସପ୍ରେସୱେ, ୬ ଲେନ ଆଗ୍ରା ଗ୍ବାଲିଅର ଗ୍ରୀନଫିଲ୍ଡ ହାଇୱେ (୮୮ କିଲୋମିଟର) ଏବଂ ନାଶିକ ଏବଂ ଖେଡ (ପୁଣେ) ମଧ୍ୟରେ ଆଠ ଲେନର ୩୦ କିଲୋମିଟର ଲମ୍ବା ଉଚ୍ଚ ରାଜପଥ ଅନ୍ତର୍ଭୂକ୍ତ କରାଯାଇଛ। ସମସ୍ତ ପ୍ରକଳ୍ପ ପବ୍ଲିକ ପ୍ରାଇଭେଟ ପାର୍ଟନରସିପ (ପିପିପି) ମୋଡରେ ନିର୍ମାଣ ହେବ ବୋଲି ସୂତ୍ରରୁ ପ୍ରକାଶ।

Share