Categories: ଜାତୀୟ

ସବୁ ସୀମା ଟପି ଗଲେଣି ମୋଦି ସରକାର: ରାହୁଲ

ନୂଆଦିଲ୍ଲୀ, ୧୬।୧୨- ଦିଲ୍ଲୀ ଓ ହରିୟାଣାର ସିଙ୍ଗୁ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ବୁଧବାର ଜଣେ ଶିଖ ଗୁରୁ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। କର୍ନାଲର ସନ୍ଥ ବାବା ରାମ ସିଂ କୃଷକ ଆନ୍ଦୋଳନକୁ ସମର୍ଥନରେ ଆତ୍ମହତ୍ୟା କରିଛନ୍ତି। ଜୀବନ ବଳିଦାନ ଦେଉଥିବା କୃଷକଙ୍କ ପ୍ରତି ମୋର ସମବେଦନା ରହିଛି। ନରେନ୍ଦ୍ର ମୋଦିଙ୍କ ସରକାର ନିଷ୍ଠୁରତାର ସମସ୍ତ ସୀମା ଅତିକ୍ରମ କରିସାରିଛି। ଜିଦଖୋର ନୀତି ବନ୍ଦ କର। କୃଷକ ବିରୋଧୀ ଆଇନକୁ ଫେରାଇ ନିଅ ବୋଲି ସେ ଟୁଇଟ୍‌ କରି ଲେଖିଛନ୍ତି।

 

Share