Categories: ଜାତୀୟ

ମୋଦି ସରକାର ଏଭଳି କଲେ ଯେ, ରବିବାର ସୋମବାର ମଧ୍ୟରେ ରହିଲାନି କିଛି ଫରକ: ରାହୁଲ…

ନୂଆଦିଲ୍ଲୀ,୧୨।୯: କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଲଗାତାର ଘେରିବା ଜାରି ରହିଛି। ଏହି ମର୍ମରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ମୋଦି ସରକାର ଏଭଳି କଲେ ଯେ, ଲୋକଙ୍କ ପାଇଁ ରବିବାର ସୋମବାର ମଧ୍ୟରେ କିଛି ଫରକ ଏବେ ଆଉ ନାହଁ। ଲୋକେ ଚାକିରି ହରାଇ ବେରୋଜଗାର ହୋଇ ଘରେ ବସି ରହିଛନ୍ତି।

ବେକାର ଲୋକଙ୍କ ଲାଗି ଛୁଟି ଦିନ ଅବା କାର୍ଯ୍ୟ ଦିବସ ମଧ୍ୟରେ କିଛି ବି ଫରକ ନ ଥାଏ। ରାହୁଲ ଟୁଇଟ୍‌ କରି ରବିବାର ଏଭଳି କହିଛନ୍ତି। ଏହା ସହିତ ଏକ ଖବର କାଗଜ ରିପୋର୍ଟ ଅପଲୋଡ କରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଆଗାମୀ ଦିନରେ ୪୦୦୦ରୁ ଅଧିକଛୋଟ ଫାର୍ମ ବନ୍ଦ ହେବାକୁ ଯାଉଛି। ଭାଜପା ସରକାରଙ୍କ ବିକାଶ ନୀତିରେ ଏବେ ବେକାରଙ୍କ ପାଇଁ ସବୁଦିନ ଛୁଟିଦିନ ପାଲଟି ଯାଇଥିବା ସେ କହିଛନ୍ତି।

Share