Categories: ଜାତୀୟ

Diwali Bonus 2023: କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦୀ ସରକାରଙ୍କ ଦୀପାବଳୀ ଉପହାର, ଘୋଷଣା କଲେ ବୋନସ

ନୂଆଦିଲ୍ଲୀ, ୧୭।୧୦: ମୋଦୀ ସରକାର ଦୀପାବଳୀ ଅବସରରେ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ବଡ଼ ଉପହାର ଦେଇଛନ୍ତି। ସରକାର ମଙ୍ଗଳବାର (୧୭ ଅକ୍ଟୋବର) ଦୀପାବଳୀ ବୋନସ ଦେବାକୁ ଘୋଷଣା କରିଛନ୍ତି। ଏହାରି ମାଧ୍ୟମରେ ଗ୍ରୁପ -ବି ଏବଂ ଗ୍ରୁପ -ସି ବର୍ଗର କର୍ମଚାରୀଙ୍କୁ ୩୦ ଦିନର ଅତିରିକ୍ତ ଦରମା ମିଳିବ।

ଅର୍ଥ ମନ୍ତ୍ରାଳାୟ କେନ୍ଦ୍ରୀୟ କର୍ମଚାରୀଙ୍କୁ ଆଡହକ ବୋନସ ଦେବାକୁ ଘୋଷଣା କରିଛନ୍ତି। ଏହି ବର୍ଗରେ ଆସୁଥିବା ଅନଗାଜେଟଡ କେନ୍ଦ୍ରୀୟ କର୍ମଚାରୀଙ୍କୁ ମଧ୍ୟ ଏହି ବୋନସ ମିଳିବ। ଆଡହକ ବୋନସ ଫାଇଦା କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳର ସମସ୍ତ ଯୋଗ୍ୟ କର୍ମଚାରୀଙ୍କୁ ମଧ୍ୟ ମିଳିବ।

ସୂତ୍ରରୁ ମିଳିଥିବା ସୂଚନା ଅନୂଯାୟୀ ମୋଦୀ କ୍ୟାବିନେଟ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନ ଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ମଧ୍ୟ ବଢ଼ାଇ ପାରନ୍ତି। ମହଙ୍ଗା ଭତ୍ତା ୪ ପ୍ରତିଶତ ବଢି ୪୬% ହେବାର ସମ୍ଭାବନା ରହିଛି। ବୁଧବାର(୧୮ ଅକ୍ଟୋବର) ରେ ସକାଳ ୧୦.୩୦ ସମୟରେ କ୍ୟାବିନେଟ ବୈଠକ ହେବ। ଏହି ବୈଠକରେ ମହଙ୍ଗା ଭତ୍ତା ବୃଦ୍ଧି ହେବା ନେଇ ନିଷ୍ପତି ହୋଇପାରେ।

Share