ନିଯୁକ୍ତି, ଦକ୍ଷତା ବିକାଶକୁ ଗୁରୁତ୍ୱ ଦେଲେ ମୋଦି ସରକାର, ଏଥର ମିଳିବ ଚାକିରି

ନୂଆଦିଲ୍ଲୀ,୨୪।୦୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ମଙ୍ଗଳବାର ଲୋକ ସଭାରେ ଉପସ୍ଥାପନ କରିଥିବା ବଜେଟରେ ନିଯୁକ୍ତି, ଦକ୍ଷତା ବିକାଶକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ୪.୧ କୋଟି ଯୁବବର୍ଗଙ୍କ ନିମନ୍ତେ ବିଭିନ୍ନ ଯୋଜନା ପାଇଁ ବଜେଟରେ ୨ ଲକ୍ଷ କୋଟି ଟଙ୍କା ରଖାଯାଇଛି। ସରକାର ୯ଟି ବିଷୟ ଉପରେ ସର୍ବାଧିକ ପ୍ରାଧାନ୍ୟ ଦେଇଥିବାବେଳେ ନିଯୁକ୍ତି ଏବଂ ଦକ୍ଷତା ବିକାଶ ସେଥିରୁ ଅନ୍ୟତମ ବୋଲି ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଭାଷଣରେ କହିଥିଲେ। ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟିହେବା ସହ ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ। ନିଯୁକ୍ତି ସୃଷ୍ଟି, ଦକ୍ଷତା ଏବଂ ଅନ୍ୟାନ୍ୟ ସୁଯୋଗ ଲାଗି ପ୍ରଧାନମନ୍ତ୍ରୀଙ୍କ ୫ ଯୋଜନା ଏବଂ ପଦକ୍ଷେପର ପ୍ୟାକେଜ୍‌ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ୫ ବର୍ଷର ଏହି ପ୍ୟାକେଜ୍‌ରେ ୪.୧ କୋଟି ଯୁବତୀଯୁବକଙ୍କ ପାଇଁ ସୁଯୋଗ ସୃଷ୍ଟି ନିମନ୍ତେ ବଜେଟରେ ୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଶିକ୍ଷା, ନିଯୁକ୍ତି ଏବଂ ଦକ୍ଷତା ବିକାଶ ପାଇଁ ୧.୪୮ ଲକ୍ଷ କୋଟି ଟଙ୍କା ରଖାଯାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ୍‌ର ଅଂଶବିଶେଷ ଭାବେ ସରକାର ନିଯୁକ୍ତି ସମ୍ପର୍କିତ ପ୍ରୋତ୍ସାହନ ପାଇଁ ୩ଟି ଯୋଜନା କାର୍ଯ୍ୟକାରୀ କରିବେ। ସେଗୁଡ଼ିକ ଇପିଏଫ୍‌ଓରେ ପଞ୍ଜୀକରଣ ଆଧାରରେ ହେବ ଏବଂ ନୂଆ କର୍ମଚାରୀମାନଙ୍କୁ ସ୍ବୀକୃତି ଦେବା ଉପରେ ଗୁରୁତ୍ୱ ଦିଆଯିବ। ଏଥିପାଇଁ ଉଭୟ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ନିମନ୍ତେ ସହାୟତା ବ୍ୟବସ୍ଥା ରହିବ ବୋଲି ସୀତାରାମନ୍‌ କହିଛନ୍ତି। ‘ଫାଷ୍ଟ ଟାଇମର’ମାନଙ୍କ ପାଇଁ ନୂଆ ଯୋଜନାରେ ଆନୁଷ୍ଠାନିକ କ୍ଷେତ୍ରଗୁଡ଼ିକରେ ନୂଆକରି ଯୋଗଦେଉଥିବା ସମସ୍ତ କର୍ମଚାରୀଙ୍କୁ ସରକାର ଗୋଟିଏ ମାସର ବେତନ ଯୋଗାଇଦେବେ। ଏହା ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର (ଡିଟିଏସ୍‌) ଜରିଆରେ ୩ କିସ୍ତିରେ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦିଆଯିବ। ମାସିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବେତନ ପାଇବାକୁ ଥିବା କର୍ମଚାରୀମାନେ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ଏହାଦ୍ୱାରା ୨୧୦ ଲକ୍ଷ ଯୁବବର୍ଗ ଉପକୃତ ହେବା ଆଶା କରାଯାଉଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ନୂଆ କର୍ମଚାରୀଙ୍କୁ ନିୟୋଜିତ କରିବା ନିମନ୍ତେ ଉତ୍ପାଦନ ସେକ୍ଟରରେ ଅଧିକ ନିଯୁକ୍ତି ସୃଷ୍ଟି ପାଇଁ ସରକାର ପ୍ରୋତ୍ସାହିତ କରିବେ। ଏଥିପାଇଁ ନୂଆ ନିଯୁକ୍ତି କ୍ଷେତ୍ରରେ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ପ୍ରଥମ ୪ ବର୍ଷର ଇପିଏଫ୍‌ଓ ଯୋଗଦାନ ସରକାର ଭରଣା କରିବେ। ଏହାଦ୍ୱାରା ନିଯୁକ୍ତିରେ ପ୍ରବେଶ କରୁଥିବା ୩୦ ଲକ୍ଷ ଯୁବବର୍ଗ ଉପକୃତ ହେବେ। ୧ ଲକ୍ଷ ଟଙ୍କା ବେତନ ପର୍ଯ୍ୟନ୍ତ ସମସ୍ତ ଅତିରିକ୍ତ ନିଯୁକ୍ତିରେ ସରକାର ୨ ବର୍ଷ ଯାଏ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ଇପିଏଫ୍‌ଓ ଯୋଗଦାନ ବାବଦରେ ମାସିକ ୩,୦୦୦ ଟଙ୍କା ଯୋଗାଇଦେବେ। କାର୍ଯ୍ୟକ୍ଷେତ୍ରକୁ ଅଧିକ ମହିଳାମାନଙ୍କୁ ଆଣିବା ଲାଗି ସରକାର ଶିଳ୍ପସଂସ୍ଥାଗୁଡ଼ିକ ସହଯୋଗରେ ସେମାନଙ୍କ ପାଇଁ ଓ୍ବାର୍କିଂ ଓ୍ବମେନ୍ସ ହଷ୍ଟେଲ ଓ କ୍ରେଚ୍‌ ସ୍ଥାପନ କରିବେ। ମହିଳା ସ୍ବୟଂସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଉଦ୍ୟୋଗଗୁଡ଼ିକର ବଜାର ପ୍ରବେଶକୁ ପ୍ରୋତ୍ସାହିତ କରିବା ଲାଗି ପଦକ୍ଷେପ ନିଆଯିବ। ଆଗାମୀ ୫ ବର୍ଷରେ ୨୦ ଲକ୍ଷ ଯୁବତୀଯୁବକଙ୍କୁ ଦକ୍ଷ କରାଯିବା ସହ ୧,୦୦୦ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ)ର ଉନ୍ନତୀକରଣ କରାଯିବ। ମଡେଲ ସ୍କିଲ୍‌ ଲୋନ୍‌ ସ୍କିମ୍‌ରେ ସରକାରଙ୍କ ପାଣ୍ଠିରୁ ୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ। ଏହାଦ୍ୱାରା ପ୍ରତିବର୍ଷ ୨୫,୦୦୦ ଛାତ୍ରୀଛାତ୍ର ଉପକୃତ ହେବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

 ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ

ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ...

ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri