Categories: ଜାତୀୟ

ଘର ବଜେଟ ବି ବିଗାଡ଼ି ଦେଲେ ମୋଦି ସରକାର

ନୂଆଦିଲ୍ଲୀ, ୬।୨: ଦେଶରେ ବଢୁଥିବା ମହଙ୍ଗା ସ୍ଥିତିକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଆରମ୍ଭ କରିଛି। ଏସମ୍ପର୍କରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଲଗାତାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏହି ମର୍ମରେ ଶନିବାର ଟୁଇଟ୍‌ କରି ରାହୁଲ କହିଛନ୍ତି ଯେ, ମୋଦି ସରକାର ଦେଶର ବଜେଟକୁ ତ ଖରାପ କରିଥିଲେ। ଏବେ ଘରର ବଜେଟ ବି ବିଗାଡ଼ି ଦେଇଛନ୍ତି। ଏହାଦ୍ୱାରା ସାଧାରଣ ଲୋକେ ନାନା ପ୍ରକାର ଅସୁବିଧାରେ ପଡୁଥିବା ସେ କହିଛନ୍ତି। ଏହାକୁ ରାହୁଲ ନିଜ ଟୁଇଟର ହ୍ୟାଣ୍ଡେଲରେ ଅପଲୋଡ୍‌ କରିଛନ୍ତି। ଏହା ପୂର୍ବରୁ ଶୁକ୍ରବାର ମଧ୍ୟ ସେ କେନ୍ଦ୍ର ସରକାରଙ୍କ ବିରୋଧରେ ଟୁଇଟ୍‌ କରିଥିଲେ। ରାହୁଲଙ୍କ ଟୁଇଟ୍‌ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି।

Share