Categories: ଜାତୀୟ

ଲକ୍‌ଡାଉନ ସମୟରେ କେତେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଜାଣି ନାହାନ୍ତି ସରକାର

ନୂଆଦିଲ୍ଲୀ,୧୪ ।୯: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ସୋମବାର ଆରମ୍ଭ ହୋଇଛି । ଏଥିରେ ବିରୋଧି ଲିଖିତ ଭାବେ ପ୍ରଶ୍ନ ପଚାରୁଛନ୍ତି । କରୋନା ସଙ୍କଟ ଓ ଲକ୍‌ଡାଉନ ସମୟରେ ପ୍ରବାସୀ ଶ୍ରମିକ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହାକୁ ନେଇ ବିରୋଧି ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ବିରୋଧିଙ୍କ ପ୍ରଶ୍ନ ରହିଥିଲା ଲକ୍‌ଡାଉନ ଓ କରୋନା ସଙ୍କଟ ସମୟରେ କେତେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ହେଲେ ସରକାରଙ୍କ ଉତ୍ତର ଥିଲା ଏଭଳି କୌଣସି ଡାଟା ସରକାରଙ୍କ ପାଖରେ ନାର୍ହି । ତେବେ ଲକ୍‌ଡାଉନ ସମୟରେ ହଜାର ହଜାର ଶ୍ରମିକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା । ଏହାସହ ସମସ୍ତ ରାଶନ କାର୍ଡଧାରୀଙ୍କୁ ସରକାର ମାଗଣାରେ ଖାଦ୍ୟ ଯୋଗାଇ ଦେଇଛନ୍ତି କି ନା ତାହା ମଧ୍ୟ ଜାଣିବାକୁ ଚାହିଁଛି ବିରୋଧି । ଯଦି ସମସ୍ତଙ୍କୁ ମାଗଣା ଖାଦ୍ୟ ଯୋଗେଇ ଦିଆଯାଇଛି ତେବେ ସରକାର ଏହାର ତଥ୍ୟ ରଖନ୍ତୁ ବୋଲି ବିରୋଧି ଦାବି କରିଛି । ଏହାସହ କରୋନା ସମୟରେ ସରକାର କି କି ପଦକ୍ଷେପ ନେଇଛନ୍ତି ତାହାର ମଧ୍ୟ ତଥ୍ୟ ମାଗିଛି ବିରୋଧି । ମାଗଣା ଖାଦ୍ୟକୁ ନେଇ କୌଣସି ତଥ୍ୟ ନ ଥିବା ବେଳେ ୮୦ କୋଟି ଲୋକଙ୍କୁ ୫ କିଲୋ ଅତିରିକ୍ତ ଚାଉଳ, ଗହମ, ୧ କିଲୋ ଡାଲି ନଭେମ୍ବର ୨୦୨୦ ସୁଦ୍ଧା ଯୋଗାଇ ଦିଆଯିବ ବୋଲି ସରକାର କହିଛନ୍ତି । ଏହାସହ ଗରିବ କଲ୍ୟାଣ ଯୋଜନା, ଆତ୍ମନିର୍ଭର ଭାରତ ପ୍ୟାକେଜ, ଇପିଏଫ୍ ସ୍କିମ ଲାଗୁ କରାଯିବ ବୋଲି ସରକାରକ କହିଛନ୍ତି ।

Share