Categories: ଜାତୀୟ

ଦେଶର ସମ୍ପତ୍ତି ବିକ୍ରି କରୁଛନ୍ତି ମୋଦି ସରକାର

ଲକ୍ଷ୍ନୌ, ୧୦।୯: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ଆରମ୍ଭ କରିଛନ୍ତି। ସେ ଗୁରୁବାର ଟୁଇଟ୍‌ କରି କହିଛନ୍ତି ଯେ, ମୋଦି ସରକାର ଦେଶର ସମ୍ପତ୍ତି ବିକ୍ରି କରିବା ଆରମ୍ଭ କରିଛନ୍ତି। ବହୁ ସରକାରୀ କମ୍ପାନୀର ଘରୋଇ କରଣ କରି ସରକାର ଯୁବଗୋଷ୍ଠୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି। ଏହାଦ୍ୱାରା ଯୁବକମାନେ ଅନିଶ୍ଚିତ ଭବିଷ୍ୟତ ମଧ୍ୟ ଦେଇ ଗତି କରୁଛନ୍ତି। ସେମାନଙ୍କ ପାଇଁ ଚାକିରି ନ ଥିବା ଅଖିଳେଶ କହିଛନ୍ତି। ଟୋଲ୍‌,ସରକାରୀ ମଲ୍‌, ମଣ୍ଡି, ଆଇଟିଆଇ, ପଲିଟେକନିକ୍‌, ବିମାନବନ୍ଦର, ରେଲଓ୍ବେ ଏବଂ ବୀମା କମ୍ପାନୀର ଘରୋଇ କରଣ ପାଇଁ ଯୋଜନାବଦ୍ଧ ଭାବେ କାମ କରୁଛନ୍ତି। ଏହାଦ୍ୱାରା ଦେଶର ଅଶେଷ କ୍ଷତି ହେଉଛି। ଦେଶର ସମ୍ପତ୍ତି ବିକ୍ରି କରୁଥିବା ଏଭଳି ସରକାରର ଆବଶ୍ୟକତା ନ ଥିବା ଅଖିଳେଶ କହିଛନ୍ତି। ନିଜର ସ୍ବାର୍ଥ ଦେଖୁଥିବା ସରକାର ଯୁବବର୍ଗଙ୍କ ଭବିଷ୍ୟତକୁ ନଷ୍ଟ କରି ଚାଲିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Share