Categories: ଜାତୀୟ

କରୋନା, ପେଟ୍ରୋଲ୍‌-ଡିଜେଲ ଦାମ୍‌କୁ ଅନ୍‌ଲକ୍‌ କରିଦେଇଛନ୍ତି ମୋଦି ସରକାର: ରାହୁଲ

ନୂଆଦିଲ୍ଲୀ,୨୪।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପେଟ୍ରୋଲ୍‌, ଡିଜେଲ ଦର ବୃଦ୍ଧିକୁ ନେଇ ବୁଧବାର ରାହୁଲ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ରାହୁଲ କହିଛନ୍ତି ମୋଦି ସରକାର କରୋନା ମହାମାରୀ ଓ ପେଟ୍ରୋଲ, ଡିଜେଲ ଦାମ୍‌କୁ ଅନ୍‌ଲକ୍‌ କରି ଦେଇଛନ୍ତି। ସେ କରୋନା ଭାଇରସ ସଂକ୍ରମଣ ବୃଦ୍ଧି ଓ ପେଟ୍ରୋଲ୍‌-ଡିଜେଲ ଦାମ ବୃଦ୍ଧିକୁ ନେଇ ଏକ ଗ୍ରାଫ୍‌ ଟୁଇଟ୍‌ କରିଛନ୍ତି। ସୂଚନାଯୋଗ୍ୟ, ଗୋଟିଏ ପଟେ ଦେଶରେ କରୋନା ମହାମାରୀ ସାମାନ୍ୟ ଜୀବନଯାତ୍ରାକୁ ପ୍ରଭାବିତ କରିଥିବା ବେଳେ ଅନ୍ୟପଟେ ପେଟ୍ରୋଲ୍‌-ଡିଜେଲର ମୂଲ୍ୟ ବୃଦ୍ଧି ଏକ ପ୍ରକାର ସାଧାରଣ ଜନତାଙ୍କ ପାଇଁ ବେଢି ଉପରେ କୋରଡା ବୋଲି ଆଲୋଚନା ହେଉଛି।

Share