ନୂଆଦିଲ୍ଲୀ,୨୩।୧୨: ମୋଦୀ କ୍ୟାବିନେଟ୍ ଶୁକ୍ରବାର ଏକ ପ୍ରମୁଖ ନିଷ୍ପତ୍ତି ନେଇ ‘ୱାନ ର଼୍ୟାଙ୍କ ୱାନ ପେନସନ ଯୋଜନା’ରେ ସଂଶୋଧନ କରିଛନ୍ତି। ଏନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ବିସ୍ତୃତ ସୂଚନା ଦେଇ କହିଛନ୍ତି, ଓ୍ବାନ୍ ର଼୍ୟାଙ୍କ ୱାନ ପେନ୍ସନ ଯୋଜନା ସଂଶୋଧିତ ହୋଇଛି। ଏହା ପୂର୍ବରୁ ୨୦.୬୦ ଲକ୍ଷ ପେନସନଧାରୀ ଏହି ଯୋଜନାରେ ଲାଭବାନ ହେଉଥିଲେ। କିନ୍ତୁ ଏବେ ସଂଶୋଧନ ପରେ ୨୫ ଲକ୍ଷ ଲୋକ ଉପକୃତ ହେବେ ବୋଲି ସେ କହିଛନ୍ତି।
ୱାନ ର଼୍ୟାଙ୍କ ୱାନ ପେନସନ୍ର ଲାଭ ପରିବାରରେ ପେନସନଧାରୀଙ୍କ ସହ ଯୁଦ୍ଧରେ ଶହୀଦ ହୋଇଥିବା ଯବାନମାନଙ୍କ ବିଧବା ଏବଂ ଭିନ୍ନକ୍ଷମ ପେନସନଧାରୀଙ୍କୁ ମଧ୍ୟ ମିଳିବ। ଏହି କାରଣରୁ ପ୍ରତିବର୍ଷ ୮୫୦୦ କୋଟିର ଭାର ସରକାରଙ୍କ ଉପରେ ପଡ଼ିବ। ତେବେ ଏହି ସଂଶୋଧନ ପରେ ଜୁଲାଇ ୨୦୧୯ରୁ ଜୁନ ୨୦୨୨ ଯାଏର ଏରିୟର ମଧ୍ୟ ଦିଆଯିବ। ଏହାର ଲାଭ ପ୍ରତିରକ୍ଷା ବାହିନୀର ଅବସରପ୍ରାପ୍ତ କର୍ମଚାରୀ ଏବଂ ପରିବାରର ପେନସନଧାରୀଙ୍କୁ ମିଳିବ ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି।