ନୂଆଦିଲ୍ଲୀ,୧୫।୧୨ : ଚାଇନ ସହ ମୁହାଁମୁହିଁ ପ୍ରସଙ୍ଗରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ଖାର୍ଗେ ଏକ ଟୁଇଟରେ କଟାକ୍ଷ କରି ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନାଲି ଆଖିରେ ଚାଇନାର ଚଷମା ଲଗାଯାଇଥିବା ପରି ମନେ ହେଉଛି।
ଭାରତୀୟ ସଂସଦରେ ଚାଇନା ବିରୋଧରେ କହିବାକୁ କ’ଣ ଅନୁମତି ନାହିଁ କି? ସରକାର ଏଭଳି ପ୍ରସଙ୍ଗରେ ଆଲୋଚନା କରିବାକୁ କାହିଁକି ପଛାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।