Categories: ଜାତୀୟ

ପୋଲାଣ୍ଡ-ହଙ୍ଗେରୀ ରାସ୍ତା ଦେଇ ଆସିବେ ଭାରତୀୟ ନାଗରିକ

ନୂଆଦିଲ୍ଲୀ,୨୪।୨: ରୁଷିଆ ୟୁକ୍ରେନ ଲଢ଼େଇ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଦେଇଛି। ୟୁକ୍ରେନ ସଙ୍କଟକୁ ନେଇ ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ଏକ ଖବରଦାତା ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କୁ ସେଠାରୁ ସୁରକ୍ଷିତ ବାହାର କରିବା ସରକାରଙ୍କ ସବୁଠାରୁ ବଡ଼ ପ୍ରାଥମିକତା। ଏଥିପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଏକ ଆଡଭାଇଜରି ଜାରି କରାଯାଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ପୋଲାଣ୍ଡ ଓ ହଙ୍ଗେରୀ ମାର୍ଗ ଦେଇ ଭାରତୀୟଙ୍କୁ ଅଣାଯିବ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହର୍ଷବର୍ଦ୍ଧନ ଶୃଙ୍ଗଲା କହିଛନ୍ତି। କିଛି ସମୟ ପୂର୍ବରୁ ଏପ୍ରସଙ୍ଗରେ ମୋନି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ସହ ଆଲୋଚନା କରିଛନ୍ତି।

Share