Categories: ଜାତୀୟ

ମୋଦି ସରକାରଙ୍କ ବଡ ବଡ ଆକ୍ସନ, ୟାସିମ ମଲିକଙ୍କ ଦଳ ଉପରେ ୫ ବର୍ଷ ପାଇଁ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୬।୩: କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କ ସଂଗଠନ ଉପରେ ପ୍ରତିବନ୍ଧକକୁ ବଢାଇ ନରେନ୍ଦ୍ର ମୋଦି ସରକାର ଶନିବାର ଘୋଷଣା କରିଛନ୍ତି ଯେ ‘ଜାମ୍ମୁ କଶ୍ମୀର ଲିବରେସନ ଫ୍ରଣ୍ଟ’ ୫ବର୍ଷ ପାଇଁ ଏକ ‘ବେଆଇନ ସଂଗଠନ’ ହେବ। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଜମ୍ମୁ କଶ୍ମୀରରେ ଆତଙ୍କବାଦ ଏବଂ ବିଚ୍ଛିନ୍ନତାକୁ ପ୍ରୋତ୍ସାହିତ କରୁଥିବା କାର୍ଯ୍ୟରେ ନିଷିଦ୍ଧ ସଂଗଠନ ଜଡିତ ଅଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ସୁରକ୍ଷା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ଚ୍ୟାଲେଞ୍ଜ କରୁଥିବା ବ୍ୟକ୍ତିଙ୍କୁ କଠୋର ଆଇନଗତ ପରିଣାମ ଭୋଗିବାକୁ ପଡିବ। ଆତଙ୍କବାଦ ବିରୋଧୀ ଆଇନ, ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, ୧୯୬୭ (UAPA) ଅନୁଯାୟୀ ଗୃହ ମନ୍ତ୍ରଣାଳୟ (ଏମଚଏ) ୨୦୧୯ରେ ମଲିକଙ୍କ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହି ପଦକ୍ଷେପ ହେବାର କିଛି ଦିନ ପୂର୍ବରୁ ସରକାର UAPA ର ଧାରା 3 (1) ଅନୁଯାୟୀ ଜମାତ-ଇ-ଇସଲାମି (JEI-J & K) ଉପରେ ପ୍ରତିବନ୍ଧକ ଲଗାଇଥିଲେ।

Share