Posted inଜାତୀୟ

ଦିପାବଳୀ ପୂର୍ବରୁ ରେଲଓ୍ବେ କର୍ମଚାରୀଙ୍କୁ ମୋଦି ସରକାରଙ୍କ ବଡ ଉପହାର

ନୂଆଦିଲ୍ଲୀ,୩।୧୦: ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ରେଳ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରେଳ କର୍ମଚାରୀଙ୍କୁ ୭୮ଦିନର ବୋନସ ଦେବାକୁ ଘୋଷଣା କରାଯାଇଛି। ରେଳ କର୍ମଚାରୀଙ୍କୁ ବୋନସ ଦଶହାରା ଏବଂ ଦିପାବଳୀ ପୂଜା ଛୁଟି ପୂର୍ବରୁ ପ୍ରଦାନ କରାଯିବ। କ୍ୟାବିନେଟର ଏହି ନିଷ୍ପତ୍ତି ପରେ ପ୍ରାୟ ୧୩ଲକ୍ଷ ରେଳ କର୍ମଚାରୀ ଲାଭ ପାଇବେ।

ଆଗାମୀ ପର୍ବ ପୂର୍ବରୁ ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ ଦିଆଯିବ। ଏଥିପାଇଁ ମୋଟ ୨,୦୨୮ କୋଟି ଟଙ୍କା ଖର୍ଚ୍ଚ ହେବ। ୧୧ ଲକ୍ଷ ୭୨ ହଜାର ୨୪୦ କର୍ମଚାରୀ ଏଥିରୁ ଉପକୃତ ହେବେ । ଗୁରୁବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ବୈଠକ ପରେ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ରେଳବାଇରେ ୧୩ ଲକ୍ଷରୁ ଅଧିକ କର୍ମଚାରୀ ଅଛନ୍ତି। ଏଥିମଧ୍ୟରୁ ପ୍ରାୟ ଏକ ଲକ୍ଷ ୫୯ ହଜାର କର୍ମଚାରୀ ଗତ ଆର୍ଥିକ ବର୍ଷରେ ଯୋଗ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରତ୍ୟେକ ଯୋଗ୍ୟ କର୍ମଚାରୀ ୭୮ ଦିନର ସର୍ବାଧିକ ୧୭,୯୫୧ ଟଙ୍କା ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଇଶା ଫାଉଣ୍ଡେଶନ ମାମଲା: ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩ା୧୦: ଆଧ୍ୟାତ୍ମିକ ଗୁରୁ ଜଗି ବାସୁଦେବଙ୍କ କୋଏମ୍ବାଟୁରସ୍ଥିତ ଇଶା ଫାଉଣ୍ଡେନ ଆଶ୍ରମରେ ୨ ମହିଳାଙ୍କୁ ବେଆଇନ ଭାବେ ବନ୍ଧକ ରଖାଯାଇଥିବା ଅଭିଯୋଗର ପୋଲିସ ତଦନ୍ତ ଉପରେ...

ହରିୟାଣାରେ ସରିଲା ନିର୍ବାଚନ ପ୍ରଚାର: ୫ରେ ଭୋଟ

ଚଣ୍ଡିଗଡ଼,୩ା୧୦: ଆସନ୍ତା ୫ ତାରିଖରେ ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଗୁରୁବାର ସନ୍ଧ୍ୟାରେ ହାଇଭୋଲ୍‌ଟେଜ୍‌ ପ୍ରଚାର ଶେଷ ହୋଇଛି। ଭାଜପା...

ରାମମନ୍ଦିର ଶିଖର ନିର୍ମାଣ କାର୍ଯ୍ୟ ଆରମ୍ଭ

ଅଯୋଧ୍ୟା,୩ା୧୦: ଅଯୋଧ୍ୟାର ୧୬୧ ଫୁଟ୍‌ ଉଚ୍ଚତା ବିଶିଷ୍ଟ ରାମମନ୍ଦିରର ମୁଖ୍ୟ ଶିଖର ନିର୍ମାଣ କାର୍ଯ୍ୟ ଗୁରୁବାର ଆରମ୍ଭ ହୋଇଛି। ୪ ମାସ ମଧ୍ୟରେ ଏହି ନିର୍ମାଣ...

ରେଲୱେ କର୍ମଚାରୀଙ୍କୁ ବୋନସ: କୃଷକଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ଯୋଜନା…

ନୂଆଦିଲ୍ଲୀ,୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁବାର କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଅନେକ ବଡ ଯୋଜନା ଅନୁମୋଦନ ମିଳିଛି। ଦୀପାବଳି ପୂର୍ବରୁ...

ମରାଠୀ, ବେଙ୍ଗଲୀ ସମେତ ଏହି ସବୁ ଭାଷାକୁ ମିଳିଲା ଶାସ୍ତ୍ରୀୟ ଭାଷା ମାନ୍ୟତା

ନୂଆଦିଲ୍ଲୀ,୩।୧୦: କେନ୍ଦ୍ର ସରକାର ଗୁରୁବାର ମରାଠୀ ଏବଂ ବଙ୍ଗାଳୀ ସମେତ ଆଉ ପାଞ୍ଚଟି ଭାରତୀୟ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ କରିଛନ୍ତି। ଶାସ୍ତ୍ରୀୟ ଭାଷା...

ରାୟପୁରରେ ଚାଞ୍ଚଲ୍ୟ: ଜାଲ୍‌ ଏସ୍‌ବିଆଇ ଶାଖା ଖୋଲି ଠକିନେଲେ…

ରାୟପୁର,୩ା୧୦: ବ୍ୟାଙ୍କ କାରବାରରେ ଜାଲିଆତି, ଜାଲ୍‌ କାଗଜପତ୍ର ଦେଇ ଠକେଇ ଏବଂ ଅନ୍ୟାନ୍ୟ ଆର୍ଥତ୍କ ଦୁର୍ନୀତି ଖବର ଅନେକ ସମୟରେ ପ୍ରକାଶ ପାଇଥାଏ। ତେବେ ଛତିଶଗଡ଼ରେ...

କୋଲକାତା ମାମଲା: କଲେଜ ପରିସରରେ ପୀଡ଼ିତା ଡାକ୍ତରଙ୍କ ଷ୍ଟାଚ୍ୟୁକୁ ନେଇ ବଢିଲା ଉତ୍ତେଜନା

କୋଲକାତା,୩।୧୦: ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ନିର୍ମମ ହତ୍ୟା ଯୋଗୁଁ ସାରା ଦେଶରେ ପ୍ରସିଦ୍ଧ କୋଲକାତାର ଆରଜି କର ମେଡିକାଲ କଲେଜରେ ଏବେ ଏକ...

ବୈବାହିକ ବଳାତ୍କାରର ଅପରାଧୀକରଣକୁ ବିରୋଧ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୩।୧୦: ସୁପ୍ରିମକୋର୍ଟରେ ବୈବାହିକ ବଳାତ୍କାରକୁ ଅପରାଧୀକରଣ କରିବାକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର। ଅନ୍ୟାନ୍ୟ “ଉପଯୁକ୍ତ ପରିକଳ୍ପିତ ଦଣ୍ଡବିଧାନ ବ୍ୟବସ୍ଥା” ଥିବାରୁ ବୈବାହିକ ବଳାତ୍କାରକୁ ଅପରାଧୀକରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri