Categories: ଜାତୀୟ

କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ, ନିର୍ବାଚନୀ ରାଜ୍ୟକୁ କରାଯିବ ଫୋକସ

ନୂଆଦିଲ୍ଲୀ,୪।୭: ଲୋକ ସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳ ବଦଳର ପ୍ରସ୍ତୁତି ଚାଲିଛି। କୁହାଯାଉଛି କି ଆଗାମୀ କିଛିଦିନ ମଧ୍ୟରେ ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରେ ଆଉ କେତେଜଣ ମନ୍ତ୍ରିଙ୍କ ନାମ ଯୋଡା ଯାଇପାରେ। କ୍ୟାବିନେଟ ସମ୍ପ୍ରସାର ପାଇଁ ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ତାଙ୍କ ମନ୍ତ୍ରୀଙ୍କ ସହ ଏକ ବୈଠକ କରିଥିଲେ। ଏଥିପାଇଁ ସେ ଏକ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି ବୋଲି କୁହାଯାଉଛି। ଏହି ପରିବର୍ତ୍ତନରେ, କେତେଜଣ ମନ୍ତ୍ରୀଙ୍କୁ ଛୁଟି କରାଯାଇପାରେ ବୋଲି ଅନୁମାନ କରାଯାଉଛି।
ସେହିବରି କ୍ୟାବିନେଟରେ ଅନେକ ନୂଆ ଚେହେରା ଦେଖିବାକୁ ମିଳିପାରେ।
୨୦୨୪ରେ ଯେଉଁ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି ସେସବୁ ରାଜ୍ୟକୁ ଫୋକସ କରାଯିବ ବୋଲି କୁହାଯାଉଛି। ଏଭଳି ପରିସ୍ଥିତିରେ ମୋଦି କ୍ୟାବିନେଟରେ ଏହି ରାଜ୍ୟଗୁଡ଼ିକର ପ୍ରତିନିଧିତ୍ୱ ବୃଦ୍ଧି ପାଇପାରେ। ମଧ୍ୟପ୍ରଦେଶର କିଛି ନେତାଙ୍କୁ କ୍ୟାବିନେଟରେ ସାମିଲ କରାଯାଇପାରିବ ବୋଲି ଖବର ରହିଛି। ତେଲେଙ୍ଗାନାରୁ ମୋଦିଙ୍କ କ୍ୟାବିନେଟରେ ମଧ୍ୟ ଏକ ନୂଆ ଚେହେରା ଦେଖିବାକୁ ମଳିପାରେ। ସେଠାରେ ରାଜସ୍ଥାନର ଅର୍ଜୁନ ମେଘୱାଲ ଗଜେନ୍ଦ୍ର ସିଂ ଶେଖାଓ୍ବତଙ୍କ ପ୍ରତିନିଧିତ୍ୱ ରହିଛି। ସେଥିପାଇଁ ଏଠାରୁ କୌଣସି ନୂତନ ଚେହେରା ସାମିଲ ହେବାର କମ ସମ୍ଭାବନା ଅଛି । ନିର୍ବାଚନ ରାଜ୍ୟ ଛତିଶଗଡରୁ ମଧ୍ୟ ଭାଜପାର ଜଣେ ବଡ ନେତା କେନ୍ଦ୍ରକୁ ଯାଇପାରନ୍ତି।

Share