Categories: ଜାତୀୟ

ମୋଦି ସରକାରଙ୍କ ୯ ବର୍ଷ କାର୍ଯ୍ୟକାଳକୁ ନେଇ ବର୍ଷିଲା ବିରୋଧୀ

ନୂଆଦିଲ୍ଲୀ,୨୬।୫: କେନ୍ଦ୍ରରେ ମୋଦି ସରକାରଙ୍କୁ ଶୁକ୍ରବାର ୯ ବର୍ଷ ପୂରଣ ହୋଇଛି। ଏହି ଅବସରରେ ସରକାର ତା’ର ଉପଲବ୍ଧିକୁ ଗଣାଇବାରେ ଲାଗିଛି। କୁହାଯାଉଛି କି ୯ ବର୍ଷ ମଧ୍ୟରେ ସରକାର କେତେ ବଡ ବଡ ନିଷ୍ପତ୍ତି ନେଇଛନ୍ତି ଓ ଲୋକଙ୍କ ପାଇଁ କ’ଣ କ’ଣ କରିଛନ୍ତି। ଏପଟେ କିନ୍ତୁ ବିରୋଧି କଂଗ୍ରେସ କହିଛି ମୋଦି ସରକାରଙ୍କର ଏହା ହେଉଛି ବିଫଳତାର ୯ ବର୍ଷ। କଂଗ୍ରେସର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଏହାକୁ ନେଇ ଏକ ଟୁଇଟ କରାଯାଇଛି। ଯେଉଁଥିରେ ମୋଦି ସରକାରଙ୍କ ୯ ବର୍ଷର କଥା ଉଲ୍ଲେଖ କରାଯାଇଛି। କଂଗ୍ରେସ ବେକାରୀ ସମସ୍ୟାଠାରୁ ଆରମ୍ଭ କରି ମହଙ୍ଗା ମାଡ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛି ଓ କହିଛି ବିଫଳତାର ୯ ବର୍ଷ ପୂରଣ ହୋଇଛି।

କଂଗ୍ରେସର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଏହାକୁ ନେଇ ଏକ ଟୁଇଟ କରାଯାଇଛି। ଯେଉଁଥିରେ ମୋଦି ସରକାରଙ୍କ ୯ ବର୍ଷର କଥା ଉଲ୍ଲେଖ କରାଯାଇଛି। କଂଗ୍ରେସ ବେକାରୀ ସମସ୍ୟାଠାରୁ ଆରମ୍ଭ କରି ମହଙ୍ଗା ମାଡ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛି ଓ କହିଛି ବିଫଳତାର ୯ ବର୍ଷ ପୂରଣ ହୋଇଛି।
କଂଗ୍ରେସ ପକ୍ଷରୁ କରାଯାଇଥିବା ଟୁଇଟରେ ଲେଖାଯାଇଛି, ‘ଆଜି ମୋଦି ସରକାର ୯ ବର୍ଷ ପୂରଣ କରିଛନ୍ତି। ଏଗୁଡ଼ିକ ହେଉଛି ୯ ବର୍ଷର ବିଫଳତା। ଦେଶରେ ୯ ବର୍ଷର ଦୁଃଖ ଅଛି। ଏହି ୯ ବର୍ଷରେ ଲୋକଙ୍କୁ ମୁଦ୍ରାସ୍ଫିତିର ସାମ୍ନା କରିବାକୁ ପଡିଛି। ବେରୋଜଗାରୀ ଏବଂ ଏକଛତ୍ରବାଦୀ ଶାସନ ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବା,
୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ଯୋଗାଇବାର ପ୍ରତିଶ୍ରୁତି, କଳା ଟଙ୍କା ଫେରାଇ ୧୫ଲକ୍ଷ ଦେବାର ପ୍ରତିଶ୍ରୁତି, ପ୍ରତିବର୍ଷ ୨ କୋଟି ଚାକିରିର ପ୍ରତିଶ୍ରୁତି ଏମିତି ଗଣିଲେ ଆହୁରି ବର୍ଷ ବର୍ଷ ଲାଗିଯିବ। ସର୍ବମୋଟ କଂଗ୍ରେସ କହିଛି ମୋଦି ସରକାରଙ୍କ ଏହି ୯ ବର୍ଷ ହେଉଛି ବିଫଳତାର ବର୍ଷ।

Share