ଅଦରକାରୀ ଫାଇଲ ବିକି ୧୨୦୦କୋଟି ଆୟ କଲେ ମୋଦି ସରକାର

ନୂଆଦିଲ୍ଲୀ,୨୯।୧୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ଅଧିନରେ ଥିବା ମନ୍ତ୍ରଣାଳୟ ଅଦକାରୀ ଫାଇଲ୍‌, ଖରାପ ହୋଇଯାଇଥିବା ଅଫିସ ଉପକରଣ ଓ ପୁରୁଣା ଗାଡି ଇତ୍ୟାଦି କବାଡି ବାଲାକୁ ବିକ୍ରି କରି ମାଲମାଲ ହୋଇଛନ୍ତି। ଏହି ଅଦରକାରୀ ଜିନିଷ ବିକି ସରକାର ଚନ୍ଦ୍ରାୟାନ-୩ ବଜେଟ ୬୦୦କୋଟି ଟଙ୍କାର ଦୁଇଗୁଣ ଅଧିକ ଟଙ୍କା ଆୟ କରିଛନ୍ତି।

ଅକ୍ଟୋବର ୨୦୨୧ରୁ ଏବେ ଯାଏଁ ଅଦରକାରୀ ଜିନିଷ ବିକ୍ରି କରି ସରକାର ୧୧୬୩ କୋଟି ଟଙ୍କା ପାଇଛନ୍ତି। କେବଳ ଅକ୍ଟୋବରରେ ହିଁ ସରକାର ଅନାବଶ୍ୟକ ଫାଇଲ ବିକ୍ରି କରି ୫୫୭କୋଟି ଟଙ୍କା ଆମଦାନୀ କରିଥିବା ଜଣାପଡିଛି। ୨୦୨୧ ଅକ୍ଟୋବରରେ କେନ୍ଦ୍ର ସରକାଙ୍କ କାର୍ଯ୍ୟଳୟ ୯୬ଲକ୍ଷ ଫାଇଲକୁ ହଟାଇ ଦେଇଛନ୍ତି। ଏହିସବୁର ହାର୍ଡ କପିକୁ ହଟାଇ କମ୍ପ୍ୟୁଟରରେ ଅପଲୋଡ କରାଯାଇଛି। ଏଥିରୁ ଏକ ଫାଇଦା ହୋଇଛି କି, ବିଭିନ୍ନ ସରକାରୀ କାର୍ଯ୍ୟାଳୟରୁ ପାଖାପାଖି ୩୫୫ଲକ୍ଷ ବର୍ଗ ଫୁଟ ସ୍ଥାନ ଖାଲି ହୋଇଯାଇଛି।

କେନ୍ଦ୍ର ସରକାର ଏହି ବର୍ଷ ଅଦରକାରୀ ଜିନିଷ ବିକି ୫୫୬କୋଟି ଟଙ୍କା ଆୟ କରିଛନ୍ତି ଯେଉଁଥିରୁ ରେଳ ମନ୍ତ୍ରଣାଳୟ ୨୨୫କୋଟି ଆୟ କରିଛି। ସେହିପରି ପ୍ରତିରକ୍ଷା ମନ୍ତ୍ରଣାଳୟ ୧୬୮କୋଟି, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ୫୬କୋଟି ଏବଂ କୋଇଲା ମନ୍ତ୍ରଣାଳୟ ୩୪କୋଟି ଟଙ୍କା ଆୟ କରିଛି।

ଚଳିତ ବର୍ଷ ସରକାର ୨୪ଲକ୍ଷ ଫାଇଲ ହଟାଇଛନ୍ତି। ଏଥିରୁ ସର୍ବାଧିକ ବୈଦେଶିକ ମନ୍ତ୍ରଣାଳୟରୁ ୩.୯ଲକ୍ଷ ଫାଇଲ, ପ୍ରତିରକ୍ଷା ବିଭାଗରୁ ୩.୧୫ଲକ୍ଷ ଫାଇଲ ହଟାଯାଇଛି। ଏପରି କରି କେନ୍ଦ୍ର ସରକାର ୯୬ଶତକଡା ଇ-ଫାଇଲର ପ୍ରଚଳନ କରିଛନ୍ତି।

ବ୍ୟକ୍ତିଗତ ଓ ଜନ ଅଭିଯୋଗ ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ଋଷିଆର ଚନ୍ଦ୍ର ମିଶନ ୧୬ହଜାର କୋଟି ଟଙ୍କା ଥିବାବେଳେ ଆମର ଚନ୍ଦ୍ରାୟାନ-୩ ମିଶନ ୬୦୦କୋଟି ଟଙ୍କା ରହିଛି। ସେହିପରି ଚନ୍ଦ୍ର ଓ ମହାକାଶ ମିଶନକୁ ନେଇ ଆଧାରିତ ହଲିଉଡ ଫିଲ୍ମ ୬୦୦କୋଟି ଟଙ୍କାରୁ ଅଧିକରେ ପ୍ରସ୍ତୁତ ହୋଇଛି। କିନ୍ତୁ ସରକାରୀ ବିଭିନ୍ନ ମନ୍ତ୍ରଣାଳୟରୁ ଅଦରକାରୀ ଜିନିଷ ବିକ୍ରି ୧୧୬୩କୋଟି ଟଙ୍କା ରାଜସ୍ବ ହାସଲ ହୋଇଛି। ଏହି ସଂଖ୍ୟା ଦର୍ଶାଉଛି କି, ସ୍ବଚ୍ଛତା ଉପରେ କରାଯାଉଥିବା ସରକାରୀ କାର୍ଯ୍ୟକ୍ରମର ଗୁରୁତ୍ୱ କେତେ ରହିଛି। ଏହାର ପ୍ରକୃତ ଶ୍ରେୟ ମୋଦି ସରକାରଙ୍କୁ ଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

ନାଇଡୁଙ୍କ ଉପରେ ଦୋଷ ଲଦି ତିରୁପତି ଲଡୁ ବିବାଦକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ଜଗନ ରେଡ୍ଡୀ

ତିରୁପତି,୨୨।୯: ତିରୁପତି ଲଡୁ ବିବାଦକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଦାବି କରିଛନ୍ତି ଯେ ଲଡୁ ପ୍ରସାଦରେ ପଶୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri