Categories: ଜାତୀୟ

ଆସାମ ବନ୍ୟାରେ ମୃତକଙ୍କ ପରିବାର ଲୋକଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ମୋଦି

ଦିଶପୁର,୩।୭: ଆସାମ ବନ୍ୟାରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରବର୍ଗ ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନ୍ୟାସନାଲ ରିଲିଫ୍‌ ଫଣ୍ଡ (ପିଏମ୍‌ଏନ୍‌ଆରଏଫ୍‌)ରୁ ମୃତକଙ୍କ ପରିବାରଙ୍କୁ ୨ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦେବାକୁ ମୋଦି ଘୋଷଣା କରିଛନ୍ତି। ଏନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି। ସେହିପରି ରାଜ୍ୟର ବନ୍ୟା ପରିସ୍ଥିତି ଉପରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବୋଲଙ୍କ ସହ ମୋଦି ଆଲୋଚନା କରିଛନ୍ତି। ଏଥିସହ କେନ୍ଦ୍ର ପକ୍ଷରୁ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯିବ ବୋଲି ମୋଦି ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି।

Share