୩୦କୋଟି ଲୋକଙ୍କୁ ମାଗଣା କରୋନା ଭ୍ୟାକ୍ସିନ ଦେବେ ମୋଦି ସରକାର!

ନୂଆଦିଲ୍ଲୀ,୨ ।୧: ସମଗ୍ର ଦେଶରେ ଶନିବାରଠାରୁ କୋଭିଡ ଟିକାକରଣର ଡ୍ରାଏ ରନ୍ ଆରମ୍ଭ ହୋଇଛି । ହେଲେ ଇତିମଧ୍ୟରେ ଜଣାପଡିଛି କି ମୋଦି ସରକାର କେବଳ ୩୦ କୋଟି ଲୋକଙ୍କୁ ମାଗଣା ଭ୍ୟାକ୍ସିନ ଯୋଗାଇ ଦେବେ । ତେବେ ସମଗ୍ର ଦେଶବାସୀଙ୍କୁ ମାଗଣା ଟିକା ଦେବାର ଏପର୍ଯ୍ୟନ୍ତ କୌଣସି ଯୋଜନା ନ ଥିବା ଜଣାପଡିଛି । ଏହି ସୂଚନା ନୀତି ଆୟୋଗର ସଦସ୍ୟ ତଥା ରାଷ୍ଟ୍ରୀୟ କୋଭିଡ-୧୯ ଟାସ୍କ ଫୋର୍ସର ମୁଖ୍ୟ ଡା. ବିନୋଦ ପଲ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତ୍‌କାରରେ କହିଛନ୍ତି । ସେ କହିଛନ୍ତି ସରକାର ପ୍ରାଥମିକତାରେ କେବଳ ୩୦ କୋଟି ଲୋକଙ୍କୁ ମାଗଣା ଟିକା ଯୋଗାଇ ଦେବେ ନୁହେଁ କି ସାରା ଦେଶବାସୀଙ୍କୁ । ଡା. ପଲ କହିଛନ୍ତି ଆସନ୍ତା ୬-୮ ମାସ ମଧ୍ୟରେ ପ୍ରଥମ ଭାଗରେ ପ୍ରାଥମିକତା ଆଧାରରେ ଫ୍ରଣ୍ଟଲାଇନ୍ ୱାର୍କସ୍ ଓ ଜଟିଳ ରୋଗରେ ପୀଡ଼ିତ ଲୋକଙ୍କୁ ଟିକା ଦିଆଯିବ । ତାଙ୍କ ମତରେ କୋଭିଡ ଟାସ୍କ ଫୋର୍ସ କରୋନା ମୃତକଙ୍କ ସଂଖ୍ୟା କମ୍ କରିବାକୁ ଲକ୍ଷ୍ୟ ରଖିଛି । ସେଥିପାଇଁ ଜଟିଳ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ପ୍ରଥମେ ଟିକା ଦେବା କଥା ଚିନ୍ତା କରାଯାଇଛି ।

Share