Posted inଜାତୀୟ

ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ ଜନଗଣନା

ନୂଆଦିଲ୍ଲୀ,୨୨ା୮: ଭାରତର ବହୁ ବିଳମ୍ବିତ ଜନଗଣନା ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ। ସରକାରୀ ସୂତ୍ରକୁ ଉଦ୍ଧାର କରି ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ଏହା ପ୍ରକାଶ କରିଛି। ଜନଗଣନା ପ୍ରତି ୧୦ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ। ୨୦୨୧ରେ ଶେଷ ହେବାକୁ ଥିବା ଜନଗଣନା କୋଭିଡ୍‌ ମହାମାରୀ ପାଇଁ ବିଳମ୍ବିତ ହୋଇଥିଲା। ଏଥିସହିତ ପ୍ରଯୁକ୍ତିଗତ ଏବଂ ଲଜିଷ୍ଟିକାଲ ପ୍ରତିବନ୍ଧକ ଜନଗଣନାକୁ ଅଧିକ ବିଳମ୍ବିତ କରିଥିଲା।

ଆସନ୍ତା ମାସରୁ ଜନଗଣନା ଆରମ୍ଭ ହେଲେ ଏହା ଶେଷ ହେବାକୁ ୧୮ ମାସ ଲାଗିପାରେ ବୋଲି ଆଶା କରାଯାଉଛି। ଉକ୍ତ ସର୍ଭେ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଅଧିକାରୀମାନେ ଏହି ସୂଚନା ଦେଇଥିବାବେଳେ ପ୍ରକ୍ରିୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟର ଚୂଡ଼ାନ୍ତ ଅନୁମୋଦନକୁ ଅପେକ୍ଷା କରିଥିବା କହିଛନ୍ତି।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଜନଗଣନା ତଦାରଖ ଦାୟିତ୍ୱ ନେଇଥାନ୍ତି। ୨୦୨୬ ମାର୍ଚ୍ଚରେ ଜନଗଣନା ଫଳାଫଳ ପ୍ରକାଶ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଏଥିପାଇଁ ସମୟନିର୍ଘଣ୍ଟ ସ୍ଥିର ହୋଇଛି। ତେବେ ଉଭୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।

ସୂଚନାଯୋଗ୍ୟ, ୨୦୧୧ରେ ହୋଇଥିବା ଶେଷ ଜନଗଣନା ଅନୁଯାୟୀ ଭାରତର ଜନସଂଖ୍ୟା ସେତେବେଳେ ୧୨୧.୧ କୋଟି ଥିଲା। ଭାରତର ଜନସଂଖ୍ୟା ଏବେ ଚାଇନାକୁ ଟପି ବିଶ୍ୱର ସବୁଠୁ ଜନବହୁଳ ରାଷ୍ଟ୍ରରେ ପରିଣତ ହୋଇଥିବା ଜାତିସଂଘ ୨୦୨୩ ଏପ୍ରିଲରେ ରିପୋର୍ଟ ଦେଇଥିଲା। ସେହି ସମୟରେ ଭାରତର ଲୋକସଂଖ୍ୟା ୧୪୨ କୋଟିରୁ ଅଧିକ ହୋଇଥିବା ଆକଳନ କରାଯାଇଥିଲା।

ଜନସଂଖ୍ୟା, ଅର୍ଥନୈତିକ କାରବାର, ସାକ୍ଷରତା, ଏବଂ ଗୃହସଂଖ୍ୟା ଆଦିର ସବିଶେଷ ତଥ୍ୟ ଦଶବର୍ଷୀୟ ଜନଗଣନା ସର୍ଭେରୁ ଜଣାପଡ଼ିଥାଏ। ସରକାରୀ ଯୋଜନା ପ୍ରଣୟନ, ନୀତି ନିର୍ଦ୍ଧାରଣ ଏବଂ ସାରା ଦେଶରେ ସମ୍ବଳ ଓ ସେବାର ସୁଷମ ବଣ୍ଟନ ସୁନିଶ୍ଚିତ କରିବା ପାଇଁ ଏହି ତଥ୍ୟ ଜରୁରୀ। ଏହା ବ୍ୟତୀତ ଜନଗଣନାରୁ ଆଞ୍ଚଳିକ ତାରତମ୍ୟ ଜଣାପଡ଼ିବା ସହ ବିକାଶର ଧାରା ସମ୍ପର୍କରେ ସୂଚନା ମିଳିଥାଏ, ଯାହା ପ୍ରଭାବୀ ଶାସନ ଏବଂ ସମାନ ଅଭିବୃଦ୍ଧି ପାଇଁ ଆବଶ୍ୟକ।

୨୦୨୧ର ଜନଗଣନାରେ ଦୀର୍ଘ ବିଳମ୍ବକୁ ନେଇ କେନ୍ଦ୍ର ସରକାର ସମାଲୋଚିତ ହୋଇଛନ୍ତି। ଲୋକ ସଭା ନିର୍ବାଚନ ବେଳେ ବିରୋଧୀ ଦଳଗୁଡ଼ିକ ଜାତି ଜନଗଣନା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ଏଥିପାଇଁ ଦାବି ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ହିଂସା ମଧ୍ୟରେ ବଡ଼ ଖୁଲାସା: ୧୫ ରୁ ୨୦ ବର୍ଷର ଯୁବତୀଙ୍କୁ ଦିଆଯାଉଛି ଅସ୍ତ୍ରଶସ୍ତ୍ର ଚଳାଇବାର ଟ୍ରେନିଂ 

ଇମ୍ଫାଲ,୨୨।୧୧: ପୁଣି ଥରେ ହିଂସାର ନିଆଁରେ ଜଳୁଛି ମଣିପୁର। ନିକଟରେ ମେଟେଇ ସମ୍ପ୍ରଦାୟର ମହିଳା ଏବଂ ଶିଶୁଙ୍କ ମୃତଦେହ ମିଳିବା ପରେ ରାଜ୍ୟରେ ହିଂସା ଆରମ୍ଭ...

ରେଜଲ୍ଟ ପୂର୍ବରୁ ଝାଡଖଣ୍ଡରେ ହୋଇଗଲା ଭିତିରିଆ ଖେଳ!

ରାଞ୍ଚି,୨୨।୧୧: ଆଜି ରାତି ପାହିଲେ ଝାଡଖଣ୍ଡ-ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପ୍ରକାଶ ପାଇବ। ରାଜ୍ୟରେ ୮୧ଟି ଆସନରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇସାରିଛି। ଏଠାରେ ଭାଜପା...

ମହାରାଷ୍ଟ୍ରରେ ବଡ଼ ଓଲଟପାଲଟ! ଫଳାଫଳ ପୂର୍ବରୁ ଚମକାଇଲା ଆଉ ଏକ ଏକଜିଟ୍‌ ପୋଲ୍‌

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ରର ମହାଯୁଦ୍ଧକୁ ନେଇ ରାଜନୀତି ସରଗରମ ରହିଛି। ଯଦି ଭାଜପା-ଶିବସେନା ଏବଂ ଏନସିପି ନେତୃତ୍ୱରେ ମହାୟୁତି ସରକାର ଗଠନ ହୁଏ, ତେବେ ମୁଖ୍ୟମନ୍ତ୍ରୀ କିଏ...

ଫଳାଫଳ ପୂର୍ବରୁ ପୋଷ୍ଟର ରାଜନୀତି: ଅଜିତ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସଜେଇ ଦେଲେ

ପୁଣେ,୨୨।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନର ଫଳାଫଳ ଆସନ୍ତାକାଲି ଅର୍ଥାତ ନଭେମ୍ବର ୨୩ରେ ପ୍ରକାଶ ପାଇବ। ଏହା ପୂର୍ବରୁ ପୋଷ୍ଟର ରାଜନୀତି ଆରମ୍ଭ ହୋଇଛି। ଫଳାଫଳର ଗୋଟିଏ...

ଆମେ ଦିଲ୍ଲୀ ସରକାରଙ୍କ ଜବାବରେ ସନ୍ତୁଷ୍ଟ ନାହୁଁ: ପ୍ରଦୂଷଣକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨।୧୧: ଆଜିକାଲି ଦେଶର ରାଜଧାନୀ ପ୍ରଦୂଷିତ ହେବାରେ ଲାଗିଛି। ରାଜଧାନୀରେ ପ୍ରଦୂଷଣ ପ୍ରସଙ୍ଗରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟରେ ଦିଲ୍ଲୀ ସରକାରଙ୍କ ଉତ୍ତର...

ବିବାହ ଷ୍ଟେଜରେ ବନ୍ଧୁଙ୍କୁ ଉପହାର ଦେଉଥିବା ବେଳେ ହେଲା ହାର୍ଟ ଆଟାକ୍‌…, ଦେଖନ୍ତୁ ଭିଡିଓ

ହାଇଦରାବାଦ,୨୨।୧୧: ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଘଟଣାହେଲା, ରାଜ୍ୟର ଏକ ସ୍ଥାନରେ ଏକ ବିବାହ ଚାଲିଥିଲା, ଯେତେବେଳେ ଜଣେ...

ମାଛଧରା ବୋଟ ସହିତ ମାଡ଼ ହେଲା ନୌସେନାର ବୁଡ଼ା ଜାହାଜ, ୨ ମତ୍ସ୍ୟଜୀବୀ ନିଖୋଜ

ଭୁବନେଶ୍ୱର,୨୨।୧୧:ଗୋଆ ଉପକୂଳ ନିକଟରେ ଏକ ଭାରତୀୟ ନୌସେନା ବୁଡ଼ାଜାହାଜ ଏକ ଭାରତୀୟ ମତ୍ସ୍ୟଜୀବୀ ଜାହାଜ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଦୁଇ ଜାହାଜରେ ୧୩ ଜଣ ନାବିକ...

ମହଙ୍ଗା ପଡିଲା ଅଇଁଠା ଆଇସକ୍ରିମ ବିକିବା, ଜଣାପଡିବା ପରେ…

ଥିରୁଭାନନ୍ତପୁରମ,୨୨।୧୧: କେରଳର କୋଡୁଭାଲୀ ନିକଟ କିଜାକୋଥୁ ପଞ୍ଚାୟତରେ ଅବସ୍ଥିତ ଏକ ପପ୍ସିକଲ ଦୋକାନ ଆଇସ ମି ନିକଟରେ ଭାଇରାଲ ଭିଡିଓ ଯୋଗୁଁ ବିବାଦ ଘେରକୁ ଆସିଯାଇଛି।...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri