Categories: ଜାତୀୟ

୪ ଭାଷାରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୪।୧: ମକର ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିଜ ଟୁଇଟର ହ୍ୟାଣ୍ଡେଲରୁ ସେ ୪ଟି ଭାଷାରେ ଟୁଇଟ୍‌ କରିଛନ୍ତି। ପ୍ରଥମେ ସେ ହିନ୍ଦୀରେ ଶୁଭକାମନା ଜଣାଇଥିବାବେଳେ ପରବର୍ତ୍ତୀ ସମୟରେ ଇଂଲିଶ୍‌ ଏବଂ ତାମିଲ ଭାଷାରେ ମଧ୍ୟ ଟୁଇଟ୍‌ କରିଛନ୍ତି। ସେ ଦେଶବାସୀଙ୍କ ସୁଖ ସମୃଦ୍ଧି କାମନା କରି କହିଛନ୍ତି ଯେ, ମକର ସଂକ୍ରାନ୍ତି ଦେଶର ବିଭିନ୍ନ ଅଞ୍ଚଳରେ ପାଳନ କରାଯାଇଥାଏ। ଏହା ଭାରତର ବିବିଧତା ମଧ୍ୟରେ ଏକତା, ପରମ୍ପରା ଏବଂ ସଂସ୍କୃତି ସମ୍ପର୍କରେ ବାର୍ତ୍ତା ଦେଇଥାଏ। ଏହି ପର୍ବ ମାତୃ ପ୍ରକୃତିର ସମ୍ମାନରେ ପାଳିତ ହୋଇଥାଏ ବୋଲି ସେ କହିଛନ୍ତି। ଏହି ଉତ୍ସବ ଦେଶର ବିଭିନ୍ନ ଅଞ୍ଚଳରେ ମକର ସଂକ୍ରାନ୍ତି, ପୋଙ୍ଗଲ, ମାଘ ବିହୁ ଆଦି ଭାବେ ପାଳିତ ହେଉଥିଲେ ମଧ୍ୟ ଏହା ମୁଖ୍ୟତଃ ଏକ କୃଷି ଭିତ୍ତିକ ପର୍ବ। ଫସଲ ଅମଳ ପରେ ପାଳିତ ହେଉଥିବା ଏହି ଉତ୍ସବ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଆଣିଦେଉ ବୋଲି ମୋଦି କହିଛନ୍ତି।

Share