Categories: ଜାତୀୟ

ସେନାକୁ ଅର୍ଜୁନ ଟ୍ୟାଙ୍କ ପ୍ରଦାନ କଲେ ମୋଦି

କୋଚି/ଚେନ୍ନାଇ,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭାରତୀୟ ସେନାକୁ ଅର୍ଜୁନ ଟ୍ୟାଙ୍କ ଏମ୍‌-୧ଏ ପ୍ରଦାନ କରିଛନ୍ତି। ତାମିଲନାଡୁର ଚେନ୍ନାଇ ସ୍ଥିତ ଜବାହର ଲାଲ ନେହେରୁ ଷ୍ଟାଡ଼ିୟମ୍‌ରେ ଏକ ଉତ୍ସବରେ ଯୋଗଦେଇ ସେ ଏଭଳି କରିଛନ୍ତି। ମୋଦି ତାମିଲନାଡୁ ଏବଂ କେରଳ ଗସ୍ତରେ ଆସି ଏଠାରେ ପହଞ୍ଚିଛନ୍ତି। ଆଗକୁ ଏହି ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରାଯାଉଛି।

Share