Categories: ଜାତୀୟ

କାର୍ଯ୍ୟକର୍ତ୍ତାଙ୍କୁ ବିଜୟ ସମର୍ପିଲେ ମୋଦି: କହିଲେ, ସେମାନଙ୍କ ବଳିଦାନ ଭୁଲି ହେବନି

ନୂଆଦିଲ୍ଲୀ,୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଟି ରାଜ୍ୟରେ ଭାଜପାର ବିଜୟକୁ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସର୍ଗ କରିଛନ୍ତି। ତିନୋଟି ରାଜ୍ୟରେ ବିଜୟ ପରେ ଆୟୋଜିତ ଭାଜପାର ସଂସଦୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ବୈଠକ ଭାଜପା ସଭାପତି ଜେପି ନଡାଙ୍କ ସମେତ ଦଳର ସମସ୍ତ ବଡ ନେତା ଉପସ୍ଥିତ ଥିଲେ।
ଭାଜପା ନେତା ଓ କର୍ମୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବିଜୟ କାର୍ଯ୍ୟକର୍ତ୍ତାମାନଙ୍କ ପାଇଁ ସମର୍ପିତ। ରାଜ୍ୟର ସମସ୍ତ କାର୍ଯ୍ୟକର୍ତ୍ତା ବଳିଦାନ ଦେଇଛନ୍ତି। ଜନସାଧାରଣଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚିଛି।
ସଂସଦୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ବିକଶିତ ଭାରତ ଅଭିଯାନ ଉପରେ ଆଲୋକପାତ କରିଥିଲେ। ମହିଳାମାନଙ୍କୁ ଡ୍ରୋନ ଯୋଗାଇବା ପାଇଁ ନିଆଯାଇଥିବା ନିଷ୍ପତ୍ତି ଦ୍ୱାରା ସେମାନେ ଲାଭବାନ ହେବା ଉଚିତ୍‌ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ୩ଟି ରାଜ୍ୟରେ ବିଜୟ ହେଉଛି ଦଳର ଆତ୍ମାର ବିଜୟ। ସମସ୍ତଙ୍କ ଉଦ୍ୟମ ଯୋଗୁ ଏହି ବିଜୟ ହାସଲ କରାଯାଇଛି। ଏହା କେବଳ ଜଣେ ବ୍ୟକ୍ତିର କଠିନ ପରିଶ୍ରମ ନୁହେଁ। ସମସ୍ତଙ୍କ କଠିନ ପରିଶ୍ରମ ହେତୁ ହିଁ ଆମେ ଏହି ବିଜୟ ହାସଲ କରିଛୁ। ତେଣୁ ସମସ୍ତଙ୍କୁ ଖୁସି କରାଯିବା ଉଚିତ୍‌।

Share