Categories: ଜାତୀୟ

ଦେଶ ପାଇଁ କରିଥିବା କାର୍ଯ୍ୟ ଯୋଗୁ ମୋଦିଙ୍କୁ କରାଯାଇଛି ସମ୍ମାନିତ: ଶରଦ ପାଓ୍ବାର

ପୁଣେ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଙ୍ଗଳବାର ଲୋକମାନ୍ୟ ତିଳକ ପୁରସ୍କାରରେ ସମ୍ମାନିତ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ଏହି ପୁରସ୍କାର ମିଳିବା ପରେ ପାଓ୍ବାର କହିଛନ୍ତି, ଆପଣ ଦେଶ ପାଇଁ କରିଥିବା କାର୍ଯ୍ୟ ପାଇଁ ଆମେ ଆପଣଙ୍କୁ ସମ୍ମାନିତ କରୁଛୁ। ପୂର୍ବରୁ ଏହି ପୁରସ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଡ. ମନମୋହନ ସିଂ, ଶଙ୍କର ଦୟାଲ ଶର୍ମା, ଇନ୍ଦିରା ଗାନ୍ଧୀଙ୍କୁ  ପ୍ରଦାନ କରାଯାଇଥିଲା। ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି, ତେଣୁ ମୁଁ ତାଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି।
ନବ ଗଠିତ ବିରୋଧୀ ମିଳିତ ମେଣ୍ଟ ‘ଇଣ୍ଟିଆ’ର ନେତାମାନେ ଶରଦ ପାୱାରଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତିଲକ ପୁରସ୍କାର  କାର୍ଯ୍ୟକ୍ରମରେ ଯୋଗ ନ ଦେବାକୁ ପରାମର୍ଶ ଦେଇଥିଲେ। ବିରୋଧୀ ଦଳର ଏହି ପରାମର୍ଶ ଗ୍ରହଣ କରିବାକୁ ପାୱାର ମନା କରି ଦେଇଥିଲେ।
ଲୋକମାନ୍ୟ ତିଲକଙ୍କ ସମ୍ମାନର୍ଥେ ୧୯୮୩ରେ ତିଳକ ସ୍ମାରକ ମନ୍ଦିର ଟ୍ରଷ୍ଟ ଦ୍ୱାରା ଏହି ପୁରସ୍କାର ଆରମ୍ଭ କରାଯାଇଥିଲା। ଏହି ପୁରସ୍କାର ପ୍ରତିବର୍ଷ ଅଗଷ୍ଟ ୧ ତିଳକଙ୍କ ପୁଣ୍ୟତିଥିରେ ପ୍ରଦାନ କରାଯାଇଥାଏ।

Share