ଓଡ଼ିଆ ଅସ୍ମିତା ସୁରକ୍ଷାର ଗ୍ୟାରେଣ୍ଟି ଦେଇଛନ୍ତି ମୋଦି: ଧର୍ମେନ୍ଦ୍ର

ଭୁବନେଶ୍ୱର,୧୨ା୫(ଅନିଲ ଦାସ)ବରଗଡ଼ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଅବ୍ୟବସ୍ଥାକୁ ସଜାଡ଼ିବା ପାଇଁ ସରକାର ବଦଳାଇବାକୁ ନିବେଦନ କରିଛନ୍ତି । ସାଢ଼େ ୪ କୋଟି ଓଡ଼ିଆଙ୍କ ଅସ୍ମିତାର ସୁରକ୍ଷା, ଲୋକଙ୍କ ପ୍ରତି ଥିବା ଆସ୍ଥା ତଥା ଓଡ଼ିଆ ଲୋକଙ୍କ ବିକାଶର ଦାୟିତ୍ୱ ନେବା ପାଇଁ ସେ ଗ୍ୟାରେଣ୍ଟି ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ବରଗଡ଼ରେ ‘ବିଜୟ ସଂକଳ୍ପ ସମାବେଶ’ରେ ଯୋଗ ଦେଇ ଧର୍ମେନ୍ଦ୍ର କହିଛନ୍ତି ଯେ ଧାନ ଓ ଧନୁଯାତ୍ରାର ଭୂମି ବରଗଡ଼ରେ ପ୍ରଧାନମନ୍ତ୍ରୀ ଚାଷୀଙ୍କ କଲ୍ୟାଣର ଗ୍ୟାରେଣ୍ଟି ନେଇ ଆସିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଭଳି ରାଷ୍ଟ୍ରନେତା ସର୍ବଦା ଓଡ଼ିଶାକୁ ପ୍ରାଥମିକତା ଦେଇ ଆସିଛନ୍ତି। ଓଡ଼ିଶାର ଅବ୍ୟବସ୍ଥାକୁ ଆଉ ସହ୍ୟ କରାଯାଇପାରିବ ନାହିଁ । ଏହାକୁ ବଦଳାଇବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସାଢ଼େ ୪ କୋଟି ଓଡ଼ିଆଙ୍କ ଅସ୍ମିତାର ସୁରକ୍ଷା, ତାଙ୍କ ପ୍ରତି ଥିବା ଆସ୍ଥା ତଥା ଓଡ଼ିଆ ଲୋକଙ୍କ ବିକାଶର ଦାୟିତ୍ୱ ମୋଦି ନିଜେ ନେବେ ବୋଲି କହିଛନ୍ତି। ଭାଜପାକୁ ୫ ବର୍ଷ ସେବା କରିବା ପାଇଁ ସୁଯୋଗ ଦେବାକୁ ସେ ନିବେଦନ କରିଛନ୍ତି । ମୋଦିଙ୍କ ନେତୃତ୍ୱରେ ହିଁ ଓଡ଼ିଶା ୧ ନମ୍ବର ହେବ ବୋଲି କେନ୍ଦ୍ରମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ରତ୍ନଭଣ୍ଡାର ଭଳି ଓଡ଼ିଶାର ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ଓ ଭାବନାର ପ୍ରଶ୍ନକୁ ମୋଦି ଉପସ୍ଥାପନ କରିଛନ୍ତି । ଭାଜପା ସବୁବେଳେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ଆସିଛି । ଓଡ଼ିଆ ଲୋକଙ୍କ ଆସ୍ଥା ସହ ଯୋଡ଼ି ହୋଇଥିବା ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି କିଏ ହଜାଇଲେ । ରତ୍ନଭଣ୍ଡାର କାହିଁକି ଖୋଲାଯାଉନାହିଁ। ରାଜ୍ୟ ସରକାର କାହାର ପାପକୁ ଘଣ୍ଟ ଘୋଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ କିଏ ଖେଳୁଛି । ତାହାର ଉତ୍ତର ଦେବାକୁ ପଡ଼ିବ । ସେହିପରି ଓଡ଼ିଶାରେ ସରକାର ପୂରା ଆଉଟସୋର୍ସ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ସୁପର ସିଏମ୍‌ ହୋଇଗଲେଣି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଓଡ଼ିଶାର ମୁଖ୍ୟ ଶାସନ ସଚିବ, ଡିଜି, ମନ୍ତ୍ରିମଣ୍ଡଳର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ପାଉନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅସହାୟତାର ଲାଭ ଉଠାଇ କିଛି ଓଡ଼ିଆ ବିରୋଧୀ ଲୋକ ଓଡ଼ିଶାର ଶାସନ ଚଳାଉଛନ୍ତି । ଓଡ଼ିଶାର ଭାବାବେଗକୁ କୁଠାରାଘାତ କରୁଛନ୍ତି । ଓଡ଼ିଆ ଲୋକମାନେ ଭୋଟ ମାଧ୍ୟମରେ ଉଚିତ ଜବାବ ଦେବେ । ଓଡ଼ିଶାରେ ମୋଦିଙ୍କ ପ୍ରତି ଭରସା ଅଛି। ଓଡ଼ିଶାକୁ ସର୍ବଶ୍ରେଷ୍ଠ ସ୍ଥାନକୁ ମୋଦି ହିଁ ନେଇପାରିବେ । ଅନ୍ୟପକ୍ଷେ ଦୀର୍ଘ ୨୪ ବର୍ଷ ଶାସନରେ ରହିବା ପରେ ବି ରାଜ୍ୟର ଘରେ ଘରେ ପାଇପ ଯୋଗେ ପିଇବା ପାଣିର ସୁବିଧା ନାହିଁ । ଚାଷଜମିରେ ଜଳସେଚନର ବ୍ୟବସ୍ଥା ନାହିଁ । ମେଡିକାଲରେ ଡାକ୍ତର ଓ ସ୍କୁଲରେ ଶିକ୍ଷକ ନାହାନ୍ତି । ରାଜ୍ୟର ଏକ ତୃତୀୟାଂଶ ଲୋକ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି । ଦୀର୍ଘ ୨୫ ବର୍ଷ ଧରି ରାଜ୍ୟରେ ଯେଉଁ ଅବ୍ୟବସ୍ଥା, ଦୁର୍ନୀତି, ଅତ୍ୟାଚାର, ଭ୍ରଷ୍ଟାଚାର ଶାସନ ଚାଲିଛି, ଲୋକମାନେ ଏଥର ଜବାବ ଦେବେ ଏବଂ ପରିବର୍ତ୍ତନ କରାଇବେ । ଓଡ଼ିଶାରେ ମୋଦିଙ୍କ ଶାସନ ପ୍ରଣାଳୀ ଆଣିବା ପାଇଁ ଲୋକମାନେ ପରିବର୍ତ୍ତନ କରାଇବେ । ଏଥର ଓଡ଼ିଆ ଭାଷାଭାଷୀ ମୁଖ୍ୟମନ୍ତ୍ରୀ ହେବେ । ମୋଦିଙ୍କ ସହ ଓଡ଼ିଆ ଲୋକମାନେ ସାଙ୍ଗରେ ଯିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଗଣମାଧ୍ୟମର ଏକ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତର ରାଷ୍ଟ୍ରପତି ଅଯୋଧ୍ୟାରେ ରାମ ମନ୍ଦିରରେ ଦର୍ଶନ ପ୍ରସଙ୍ଗ ନେଇ କଂଗ୍ରେସ ମନ୍ଦିରକୁ ଗଙ୍ଗା ଜଳରେ ସ୍ନାନ କରାଇବା ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ। କଂଗ୍ରେସ ଦଳର ନୈତିକତା ନାହିଁ। କଂଗ୍ରେସ ଏକ ଦେବାଳିଆ ପାର୍ଟି ବୋଲି ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କାଶ୍ମୀର ଆକ୍ରମଣ ପରେ ସାଉଦୀ ଗସ୍ତ ଅଧାରୁ ଫେରିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯିଏ ଆଜି ପୂର୍ବାହ୍ନରେ ଦୁଇ ଦିନିଆ ଗସ୍ତରେ ସାଉଦୀ ଆରବ ପହଞ୍ଚିଥିଲେ, ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ...

କାଳବୈଶାଖୀ: ଭାଙ୍ଗିଲା ଗଛ, ଉଡିଲା ଟିଣ

ଉମରକୋଟ,୨୨।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ହୋଇଛି। ବର୍ଷା ହୋଇ ନ ଥିଲେ ମଧ୍ୟ ଭୀଷଣ ପବନ...

ଖୁସି ମୁହୂର୍ତ୍ତର ଭିଡିଓ ଶେୟାର କରିବାର କିଛି ଘଣ୍ଟା ପରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଓଡ଼ିଆ ଯୁବକ

ଭୁବନେଶ୍ୱର,୨୨।୪: ଏକ ଦୁଃଖଦ ଘଟଣାରେ, ମଙ୍ଗଳବାର ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ଜଣେ ଯୁବକ ନିହତ ହୋଇଥିବା...

ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟି ହତ୍ୟା: ୨୮ ଗିରଫ

ପଦ୍ମପୁର,୨୨।୪ (ପ୍ରଶାନ୍ତ କୁମାର କର): ଆଜିର ଆଧୁନିକ ଯୁଗରେ ଏବେ ବି ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା ପରି ବୀଭତ୍ସକାଣ୍ଡ ଘଟାଇବାକୁ ପଛାଉନାହାନ୍ତି। ଏହାର...

ପହଲଗାମ ଆତଙ୍କ: ମୋଦିଙ୍କୁ ଆତଙ୍କବାଦୀଙ୍କ ଧମକ, ଭାରତ ପାଇଁ ଏହାର ଅର୍ଥ କ’ଣ?

ନୂଆଦିଲ୍ଲୀ,୨୨।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ମଙ୍ଗଳବାର ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଅତିକମରେ ୨୬ ଜଣ ପର୍ଯ୍ୟଟକ ନିହତ ହୋଇଥିବା ବେଳେ ଅନେକେ ଆହତ ହୋଇଛନ୍ତି।...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ (+୩) ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା...

ବଜ୍ରପାତ: ଦୁଇ ଶିଶୁଙ୍କ ସମେତ ୫ ଆହତ

ରାମଗିରି,୨୨ା୪(ବୃନ୍ଦାବନ ଗୌଡ଼): ଆର.ଉଦୟଗିରି ବ୍ଲକ ଅନଘା ପଞ୍ଚାୟତ ଅନ୍ତର୍ଗତ ତୁବୁରୁସିଂ ଗ୍ରାମରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହୋଇଥିଲା। ଏଥିରେ ୨ ଶିଶୁଙ୍କ ସମେତ ୫...

ପହଲଗାମ ଛାତିଥରା ଆକ୍ରମଣ ପଛରେ ପାକିସ୍ତାନ ହାତ, ଖୋଜି ଖୋଜି ହିନ୍ଦୁଙ୍କୁ ଗୁଳି କଲେ ଆତଙ୍କବାଦୀ

ନୂଆଦିଲ୍ଲୀ, ୨୨।୪: ଭାରତ ଇତିହାସରେ ଏହି ତାରିଖ ସମୂହିକ ସ୍ମୃତିରେ ଚିରସ୍ଥାୟୀ ହୋଇ ରହିବ। ଯେଉଁଦିନ ଆତଙ୍କବାଦୀମାନେ ଭାରତର “ମିନି ସ୍ୱିଜରଲ୍ୟାଣ୍ଡ” କୁହାଯାଉଥିବା ପହଲଗାମର ଅପୂର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image