Categories: ଜାତୀୟ

ମୋଦିଙ୍କର ଭାରତୀୟ ସେନା ଉପରେ ନାହିଁ ବିଶ୍ୱାସ: ରାହୁଲ

ନୂଆଦିଲ୍ଲୀ, ୧୬।୮: ଭାରତ-ଚାଇନା ବିବାଦ ନେଇ କଂଗ୍ରେସ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିବାରେ ଲାଗିଛି। ରବିବାର ରାହୁଲ ଗାନ୍ଧୀ ଟୁଇଟ୍‌ କରି ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଦେଶବାସୀଙ୍କର ଭାରତୀୟ ସେନା ଉପରେ ଭରସା ରହିଛି। ଗଲଓ୍ବାନ ଘାଟିରେ ଘଟିଥିବା ସଂଘର୍ଷରେ ମୋଦି ଭାରତୀୟ ସେନାଙ୍କ ଉପରେ ବୋଧ ହୁଏ ବିଶ୍ୱାସ କରି ପାରିନାହାଁନ୍ତି। ସେଥିପାଇଁ ଚାଇନା ଭାରତ କିଛି ଅଞ୍ଚଳ ଦଖଲ କରିନେଲେ ମଧ୍ୟ ମୋଦି ନୀରବ ହୋଇବସିଛନ୍ତି। ଭାରତୀୟ ସେନା ଏହାର ଉପଯୁକ୍ତ ଜବାବ ଦେବାକୁ ସକ୍ଷମ ଥିବାବେଳେ ମୋଦିଙ୍କ ଏଭଳି ନୀରବତା ଯୋଗୁ ସନ୍ଦେହ ସୃଷ୍ଟି ହେଉଛି। ତାଙ୍କର ଭାରତୀୟ ସେନାଙ୍କ ଶକ୍ତି ଉପରେ ଭରସା ରହିଛି କି ନାହିଁ ସେ ଏହାର ଉତ୍ତର ଦେବା ଆବଶ୍ୟକ। ରାହୁଲଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share