ଚେନ୍ନାଇ,୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ତାମିଲନାଡୁର ସାଲେମ ସହରରେ ମୋଦି ଇଡ୍ଲୀ ବିକ୍ରି ପାଇଁ ପ୍ରସ୍ତୁତି ଚାଲିଛି। ସହରର ପ୍ରଥମ ୨୨ଟି ଦୋକାନରେ ଏହା ଉପଲବ୍ଧ ହେବ। ଏହା ପରେ ଏହାର ବିକ୍ରିକୁ ଦେଖି ଦୋକାନଗୁଡ଼ିକ ବୃଦ୍ଧି କରାଯିବ ବୋଲି ଜଣାପଡିଛି। ତାମିଲନାଡୁର ସହରର ସବୁ ସ୍ଥାନରେ ମୋଦି ଇଡ୍ଲୀର ପୋଷ୍ଟର ମଧ୍ୟ ଲଗାଯାଇଛି। ମୋଦି ଇଡ୍ଲୀର ମୂଲ୍ୟ ୧୦ ଟଙ୍କା ରହିଛି। ଲୋକଙ୍କୁ ୧୦ ଟଙ୍କା ପାଇଁ ୪ଟା ଇଡ୍ଲୀ ଦିଆଯିବ ଏହା ସହିତ ସମ୍ବର ମଧ୍ୟ ମିଳିବ। ମୋଦି ଇଡ୍ଲୀ ବିକ୍ରି କରିବାର ଚିନ୍ତା ରାଜ୍ୟ ଭାଜପା ନେତା ମହେଶଙ୍କଠାରୁ ଆସିଛି। ସେ ସହରରେ ଏହାର ପୋଷ୍ଟର ମଧ୍ୟ ଲଗାଇଛନ୍ତି। ପୋଷ୍ଟରରେ ଲେଖାଯାଇଛି, ମହେଶ ପ୍ରସ୍ତୁତ କରନ୍ତି ମୋଦି ଇଡଲି। ପ୍ରତିଦିନ ପ୍ରାୟ ୪୦ ହଜାର ମୋଦି ଇଡ୍ଲୀ ପ୍ରସ୍ତୁତ କରାଯିବ। ଆଗାମୀ ସପ୍ତାହରୁ ଏହାର ଆରମ୍ଭ ହେବ ବୋଲି ଜଣାପଡିଛି।