ଭୁବନେଶ୍ୱରରେ ମୋଦି, ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ଦେବେ ଯୋଗ

ଭୁବନେଶ୍ୱର,୧୨।୬: ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶପଥ ସମାରୋହରେ ଯୋଗଦେବା ପାଇଁ ପହଞ୍ଚଛନ୍ତି ପ୍ରଧାନମନ୍ତ୍ରୀ। ବୁଦବାର ସଂଧ୍ୟାରେ ଜନତା ମଇଦାନରେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ଭିଭିଆଇପି ଓ ଭିଆଇପି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଶପଥ ସମାରୋହରେ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖାଯାଇ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୋଲିସ ପକ୍ଷରୁ ମୋଟ ୬୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବାବେଳ ସମ୍ପୂର୍ଣ୍ଣ ସଭାସ୍ଥଳକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ସୁରକ୍ଷା ଦାୟିତ୍ୱକୁ ୩ଟି ଭାଗରେ ବିଭକ୍ତ କରାଯାଇ ବିଶେଷକରି ଜଣେ ଆଇଜି ଓ ଦୁଇ ଡିଆଇଜିଙ୍କୁ ଦାୟିତ୍ୱ ଦିଆଯାଇଛି। ଶପଥ ଗ୍ରହଣ ଉତ୍ସବ ସ୍ଥଳ ଜନତା ମଇଦାନରେ ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ଆଇଜି (ପର୍ସନାଲ) ପ୍ରବୀଣ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି। ବିମାନ ବନ୍ଦର ଦେଇ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ରାଜନେତା ଓ ବରିଷ୍ଠ ବ୍ୟକ୍ତିବିଶେଷମାନେ ଆସିବେ। ତେଣୁ ବିମାନବନ୍ଦର ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିମାନ ବନ୍ଦର ସୁରକ୍ଷାରେ ଡିଆଇଜି ସାର୍ଥକ ଷଡ଼ଙ୍ଗୀ ରହିଛନ୍ତି। ସେହିପରି ଏୟାରପୋର୍ଟଠାରୁ ଜନତା ମଇଦାନ ରାସ୍ତା ଏବଂ ଜନସାଧାରଣଙ୍କ ଆଗମନ ଓ ପାର୍କିଂ ପରିଚାଳନା ପାଇଁ ଡିଆଇଜି ଉମାଶଙ୍କର ଦାଶଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିସହ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ସମେତ ୧୩ ଜଣ ଡିସିପି ର଼୍ୟାଙ୍କର ଅଧିକାରୀ, ୧୮ ଜଣ ଅତିରିକ୍ତ ଡିସିପି, ୫୮ ଜଣ ଏସିପି, ୯୪ ଜଣ ଇନ୍ସପେକ୍ଟର, ୩୧୨ ଜଣ ଏସଆଇ/ଏଏସଆଇ ଦାୟିତ୍ୱରେ ରହିଛନ୍ତି। ଅନ୍ୟପକ୍ଷରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ୩ଟି ସ୍ପେଶାଲ ଟାକ୍ଟିକାଲ ୟୁନିଟ (ଏସ୍ଟିୟୁ) ମୁତୟନ କରାଯାଇଛି। ଏଥିସହ କୌଣସି ପ୍ରତିକୂଳ ପରିସ୍ଥିତି ପାଇଁ ଗୋଟିଏ ଓଡ୍ରାଫ ଟିମ ମଧ୍ୟ ଦାୟିତ୍ୱରେ ରହିଛନ୍ତି। ବ୍ଲ୍ୟୁ ବୁକ ଅନୁଯାୟୀ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ରୁଟ ଲାଇନ ଓ ଜନତା ମଇଦାନର ଡଗ ସ୍କ୍ବାଡ ଦ୍ୱାରା ନିୟମିତ ଯାଞ୍ଚ ଜାରି ରହିଛି। ଭୁବନେଶ୍ୱରରେ ବିଭିନ୍ନ ହୋଟେଲରେ ମଧ୍ୟ ଯାଞ୍ଚ ସହ ନାଇଟ ବ୍ଲକିଂ ଓ ଚେକିଂ ଜାରି ରହିଥିବା ପୋଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ପୂର୍ବାହ୍ନରେ ଜନତା ମଇଦାନରେ ସମସ୍ତ ଫୋର୍ସ ଓ ଅଧିକାରୀଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଥିଲା। ସୁରକ୍ଷା ଦାୟିତ୍ୱ କିପରି ର୍ନିବାହ କରାଯିବ ସେନେଇ ପୋଲିସ କର୍ମଚାରୀ ଓ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ସେହିଭଳି କମିଶନରେଟ ପୋଲିସ ପକ୍ଷରୁ ପ୍ରଧାନମନ୍ତ୍ରୀ ଗସ୍ତର ରୁଟ ଲାଇନ ଅର୍ଥାତ୍ ବିମାନବନ୍ଦରରୁ ରାଜଭବନ ଦେଇ ଜନତା ମଇଦାନ ପର୍ଯ୍ୟନ୍ତ ଏକ କାର୍କେଡ ରିହର୍ସାଲ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

Delhi Cm : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସବୁ କିଛି ବଦଳିଲା, ହେଲେ ବଦଳିଲାନି ଏହି ଦୁଇ ଜିନିଷ, ଆପ୍‌ ହେଲା ଖୁସି

ନୂଆଦିଲ୍ଲୀ,୨୨ା୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଶପଥ ନେବା ମାତ୍ରେ ଆକ୍ସନ ମୋଡ଼କୁ ଆସିଛନ୍ତି। ପ୍ରଥମ କ୍ୟାବିନେଟ୍‌ ବୈଠକରେ ମହିଳାଙ୍କୁ ୨୫୦୦ ଟଙ୍କା ସମ୍ମାନ...

ଶେଷରେ କେନ୍ଦ୍ରମନ୍ତ୍ରୀଙ୍କୁ କ୍ଷମା ମାଗିଲା Air India: ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲାଟି କ’ଣ

ନୂଆଦିଲ୍ଲୀ,୨୨।୨: କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଭିଯୋଗ ପରେ, ବିମାନ କମ୍ପାନୀ ଏୟାର ଇଣ୍ଡିଆ କ୍ଷମା ପ୍ରାର୍ଥନା କରିଛି। କେନ୍ଦ୍ରମନ୍ତ୍ରୀ ସୋସିଆଲ ମିଡିଆରେ...

KIIT University: ଭାଇରାଲ ଭିଡିଓର କରାଯିବ ଭଏସ ସ୍ପେକ୍ଟ୍ରୋଗ୍ରାଫି

ଭୁବନେଶ୍ୱର,୨୨।୨: KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯେଉଁମାନଙ୍କୁ ସମନ ହୋଇଥିଲା...

KIIT University: ପୂର୍ବ ସରକାରଙ୍କ ସମୟରେ ଅହେତୁକ ଅନୁକମ୍ପା ବର୍ତ୍ତମାନର ସରକାର କଠୋର ଆକ୍ସନ, କାହିଁକି ଏମିତି କହିଲେ…

ଭୁବନେଶ୍ୱର,୨୨।୨: KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି କିଟ୍‌ରେ ଘଟିଥିବା...

Weather: ଏସବୁ ଜିଲାରେ ଘଡ଼ଘଡ଼ି ସହ ଛେଚିବ ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୨ା୨: ରାଜ୍ୟରେ ଆସନ୍ତା ଦୁଇଦିନ ଧରି ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ...

ଭାଜପା ସରକାର ଓଡ଼ିଶାକୁ ଋଣ ଭାରରେ ବୁଡାଇ ଦେବ: ଜାଣନ୍ତୁ ବିରୋଧୀଙ୍କୁ କ’ଣ କହଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର,୨୨।୨: ୨୦୨୫-୨୬ ବର୍ଷ ପାଇଁ ଉପସ୍ଥାପିତ ହୋଇଥିବା ବଜେଟ ଆଲୋଚନାବେଳେ ବିରୋଧୀ ଦଳର ବିଧାୟକମାନେ ରାଜ୍ୟ ସରକାରଙ୍କୁ ଋଣ ଗ୍ରସ୍ତ ବୋଲି ଉପସ୍ଥାପିତ କରିବା ସହ...

ବଡ଼ ଯା’ liver ଦେଇ ବି ବଞ୍ଚିଲେନି ସାନ, ଅସ୍ତ୍ରୋପଚାର ସମୟରେ ଡାକ୍ତର କାଟି ଦେଇଥିଲେ…

ସମ୍ବଲପୁର,୨୨ା୨(ପ୍ରମୋଦ ବହିଦାର): ଲିଭର ବା ଯକୃତ ପ୍ରତିରୋପଣ ସତ୍ତ୍ବେ ଜୀବିତ ରହି ପାରିଲେ ନାହିଁ ମହିଳା। ଶୁକ୍ରବାର ରାତିରେ ଡାକ୍ତରଙ୍କ ବହୁ ଚେଷ୍ଟା ସତ୍ତ୍ବେ ହାଇଦ୍ରାବାଦର...

ଦୁଇ ATM ଭାଙ୍ଗିଲେ ଦୁର୍ବୃତ୍ତ: ସାଇରନ ବାଜିବାରୁ…

ସାବରଙ୍ଗ,୨୨ା୨(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ କଲେଜ ରୋଡ୍‌ରେ ଥିବା ଦୁଇଟି ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ। ଏଠାରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image