Categories: ଜାତୀୟ

ବିରୋଧୀଙ୍କୁ ମୋଦିଙ୍କ ଜବାବ

ପ୍ରୟାଗରାଜ,୨୧ ।୧୨: ଗୋଟିଏ ପଟେ ଝିଅଙ୍କ ବିବାହ ବୟସ ସୀମା ବଢାଇବାକୁ ନେଇ ସଂସଦରେ ଚର୍ଚ୍ଚା ହେଉଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୟାଗରାଜରେ ବିରୋଧୀଙ୍କୁ ଜବାଦ ଦେଇଛନ୍ତି । ଯେଉଁମାନେ ଏଭଳି ପ୍ରସ୍ତାବକୁ ବିରୋଧ କରୁଥିଲେ ସେମାନଙ୍କୁ ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ପ୍ରୟାଗରାଜରେ ମହିଳା ସଶକ୍ତିକରଣ ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି ଝିଅମାନେ ବି ଚାହୁଁଥିଲେ ସେମାନଙ୍କ ପାଠପଢା, କ୍ୟାରିୟର ଗଢିବା ପାଇଁ ସମୟ ଦରକାର, ଆଗକୁ ବଢିବାକୁ ସମୟ ମିଳୁ ଆମେ ପୁଅଙ୍କ ସହ ସମାନ ହେବାକୁ ଅବସର ମିଳୁ । ସେଥିପାଇଁ ଝିଅଙ୍କ ବିବାହ ବୟସ ସୀମା ୧୮ରୁ ବଢାଇ ଏବେ ୨୧ କରାଯାଇଛି । ଦେଶର ଏଭଳି ନିଷ୍ପତ୍ତି ଝିଅମାନଙ୍କ ପାଇଁ ହୋଇଥିବା ବେଳେ ଅନ୍ୟମାନଙ୍କୁ ଏହା କଷ୍ଟ ଦେଉଛି ବୋଲି ମୋଦି କହିଛନ୍ତି । ମୋଦି ଆହୁରି ମଧ୍ୟ କହିଛନ୍ତି ଡବଲ ଇଞ୍ଜିନ ସରକାର ଉତ୍ତର ପ୍ରଦେଶରେ ମହିଳାଙ୍କୁ ଯେଉଁ ସମ୍ମାନ ଦେଇଛି, ଯେଉଁ ସୁରକ୍ଷା ଦେଇଛି, ତାଙ୍କ ଗାରିମାକୁ ବଢାଇଛି ତାହା ଅଭୁତପୂର୍ବ । କନ୍ୟା ଭୃଣର ମାତୃଗର୍ଭରେ ମୃତ୍ୟୁ ନ ହେଉ ସେଥିପାଇଁ ବେଟି ବଚାଓ, ବେଟି ପଢାଓ ଅଭିଯାନ ମାଧ୍ୟମରେ ସମାଜର ଚେତନାକୁ ଜଗାଇବାକୁ ପ୍ରୟାସ କରାଯାଇଛି ।

Share