ମୁମ୍ବାଇ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମହାରାଷ୍ଟ୍ରରେ ଦେଶର ଷଷ୍ଠ ବନ୍ଦେ ଭାରତ ମେଟ୍ରୋ ଟ୍ରେନ୍ ଉଦ୍ଘାଟନ କରିଛନ୍ତି। ଏହି ଟ୍ରେନ୍ ନାଗପୁରରୁ ବିଳାସପୁର ଅଭିମୁଖେ ଯାତ୍ରା କରିବ। ଏ ଅବସରରେ ମୋଦି ନିଜେ ଟିକେଟ କାଉଣ୍ଟରରୁ ଏକ ଟିକେଟ କିଣି ମେଟ୍ରୋରେ ଯାତ୍ରା କରିଥିଲେ।
ଏଥିସହ ଟ୍ରେନ୍ରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀ ଓ ଛାତ୍ରୀଛାତ୍ରଙ୍କ ସହ ମୋଦି ଭାବ ବିନିମୟ କରିଥିଲେ। ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ଗୋଆର ମୋପା ବିମାନବନ୍ଦର ଉଦ୍ଘାଟନ କରିଛନ୍ତି। ଏହି ବିମାନବନ୍ଦରକୁ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକଙ୍କ ନାଁରେ ନାମିତ କରାଯାଇଛି।