Advertisement

ବାରାଣସୀ,୪ା୬: ଉତ୍ତରପ୍ରଦେଶର ୮୦ଟି ଲୋକ ସଭା ଆସନରେ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ସର୍ବପ୍ରଥମେ ପୋଷ୍ଟାଲ ବାଲଟ ଗଣନା ଆରମ୍ଭ ହୋଇଛି। ପ୍ରାରମ୍ଭିକ ଗଣନାରେ ଭାଜପା ଆଗୁଆ ରହିଛି। ତେବେ ପୋଷ୍ଟାଲ ବାଲଟ ପରେ ଇଭିଏମ୍‌ର ଭୋଟ୍‌ ବର୍ତ୍ତମାନଠାରୁ କିଛି ସମୟ ଗଣାଯିବ। ଧୀରେ ଧୀରେ ସମସ୍ତ ଆସନରୁ ଟ୍ରେଣ୍ଡ ଆରମ୍ଭ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଆସନରେ ଆଗରେ ଅଛନ୍ତି। ସେହିପରି ଉତ୍ତରପ୍ରଦେଶର ଚାନ୍ଦୁଲି ଲୋକ ସଭା ଆସନରୁ ପୋଷ୍ଟାଲ ବାଲଟ ଗଣନାରେ ଭାଜପାର ମହେନ୍ଦ୍ର ନାଥ ପାଣ୍ଡେ ଆଗରେ ଅଛନ୍ତି। ଗାଜିଆବାଦରୁ ଭାଜପା ପ୍ରାର୍ଥୀ ଆଗୁଆ ରହିଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share