Advertisement
Categories: ଜାତୀୟ

ନେପାଳରେ ରୂପେର ଶୁଭାରମ୍ଭ କଲେ ମୋଦି…

ନୂଆଦିଲ୍ଲୀ, ୨।୪ : ଭାରତ ଏବଂ ନେପାଳର ମଧ୍ୟରେ ଶନିବାର ଏକାଧିକ ଦ୍ୱିପାକ୍ଷିକ ଚୁକ୍ତି ସ୍ବାକ୍ଷର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନେପାଳୀ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବାଙ୍କ ଉପସ୍ଥିତିରେ ଚାରୋଟି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ନେପାଳରେ ପ୍ରଧାନମନ୍ତ୍ରୀ ମୋଦି ରୂପେର ଶୁଭାରମ୍ଭ କରିଛନ୍ତି।

ଦୁଇ ଦେଶ ମଧ୍ୟରେ ପ୍ରଥମ ଚୁକ୍ତିରେ ନେପାଳ ଭାରତ ନେତୃତ୍ୱାଧୀନ ଅନ୍ତର୍ଜାତୀୟ ସୋଲାର ଆଲାଇନ୍ସରେ ଯୋଗ ଦେଇଛି। ଦ୍ୱିତୀୟ ଚୁକ୍ତିରେ ରେଳ କ୍ଷେତ୍ରରେ ଭାରତ ଏବଂ ନେପାଳ ମଧ୍ୟରେ ବୈଷୟିକ ସହଯୋଗ ବୃଦ୍ଧି ଉପରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ନେପାଳକୁ ପେଟ୍ରୋଲିୟମ ସାମଗ୍ରୀ ଯୋଗାଣ ନେଇ ତୃତୀୟ ଚୁକ୍ତି ହୋଇଛି। ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ ଏବଂ ନେପାଳ ତୈଳ ନିଗମ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share