Categories: ଜାତୀୟ

୩ ‘ପରମ ରୁଦ୍ର ସୁପର କମ୍ପ୍ୟୁଟର’ର ଉଦଘାଟନ କଲେ ମୋଦି, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତା

ନୂଆଦିଲ୍ଲୀ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ତିନୋଟି ସୁପର କମ୍ପ୍ୟୁଟରକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଏହି ତିନୋଟି କମ୍ପ୍ୟୁଟର ସଂପୂର୍ଣ୍ଣ ଭାବେ ଭାରତରେ ନିର୍ମିତ ହୋଇଛ। ଉଦଘାଟନ ପୂର୍ବରୁ ଟୁଇଟରରେ ଏକ ଟୁଇଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଟେକ୍ନୋଲୋଜି ସମ୍ବନ୍ଧୀୟ ନବସୃଜନକୁ ଉତ୍ସାହିତ କର! ଆଜି ସନ୍ଧ୍ୟା ପ୍ରାୟ ୫ଟା ୩୦ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଁ ୩ ପରମ ରୁଦ୍ର ସୁପର କମ୍ପ୍ୟୁଟିଂ ସିଷ୍ଟମ ଏବଂ ପାଣିପାଗ ଏବଂ ଜଳବାୟୁ ପାଇଁ ଏକ ହାଇ ପରଫରମାନ୍ସ କମ୍ଫ୍ୟୁଟିଂ ସିଷ୍ଟମ ଉଦଘାଟନ କରିବି। ମୁଁ ଆଗ୍ରହ ପ୍ରକାଶ କରିବି କି ବିଶେଷ ଭାବେ ଯୁବ ମିତ୍ର ଏଥିରେ ସାମିଲ ହୁଅନ୍ତୁ।
ସୂଚନାଯୋଗ୍ୟ,ଏହି ତିନୋଟି ସୁପର କମ୍ପ୍ୟୁଟର ହେଉଛି ଭାରତରେ ନିର୍ମିତ ପ୍ରଥମ ସୁପର କମ୍ପ୍ୟୁଟର। ଏକ ସରକାରୀ ବିବୃତ୍ତି ଅନୁଯାୟୀ, ଏହି ସୁପର କମ୍ପ୍ୟୁଟରଗୁଡ଼ିକୁ ଟେକ୍ନୋଲୋଜି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ କେନ୍ଦ୍ରର ପ୍ରୟାସର ଏକ ଅଂଶ ଭାବରେ ବିକଶିତ କରାଯାଇଛି। ଏହି ତିନୋଟି ସୁପର କମ୍ପ୍ୟୁଟର ନିର୍ମାଣରେ ପ୍ରାୟ ୧୩୦କୋଟି ଟଙ୍କା ଖର୍ଚ୍ଚ ହୋଇଛି। ନ୍ୟାସନାଲ ସୁପର କମ୍ପ୍ୟୁଟିଂ ମିଶନ (NSM) ଅଧୀନରେ ଏହି କମ୍ପ୍ୟୁଟରଗୁଡିକ ସ୍ବଦେଶୀ ଭାବରେ ବିକଶିତ ହୋଇଛି। ଏହି ତିନୋଟି କମ୍ପ୍ୟୁଟର ଦିଲ୍ଲୀ, ପୁଣେ ଏବଂ କୋଲକାତାରେ ସ୍ଥାପିତ ହୋଇଛି।
ଭାରତର ବୈଜ୍ଞାନିକ ଅନୁସନ୍ଧାନ କ୍ଷମତାକୁ ବଢାଇବା ପାଇଁ ବିଜ୍ଞାନ ଏବଂ ବୈଷୟିକ ମନ୍ତ୍ରଣାଳୟ ଦ୍ୱାରା ଏହି କମ୍ପ୍ୟୁଟରଗୁଡିକ ବିକଶିତ କରାଯାଇଛି । ଏହି ସୁପର କମ୍ପ୍ୟୁଟରଗୁଡ଼ିକ ଅତ୍ୟନ୍ତ ଦ୍ରୁତ ଏବଂ ଶକ୍ତିଶାଳୀ । ଯାହାକି ଖୁବ କମ ସମୟ ମଧ୍ୟରେ ଜଟିଳ ଗଣନା ସଂପୂର୍ଣ୍ଣ କରିବାର କ୍ଷମତା ସହିତ ସଜ୍ଜିତ। ଏକ ସୁପର କମ୍ପ୍ୟୁଟର ଏକାସାଙ୍ଗରେ ଏତେ ପରିମାଣର ଡାଟା ପ୍ରକ୍ରିୟାକରଣ କରିପାରିବ, ଯାହା ସାଧାରଣ କମ୍ପ୍ୟୁଟର ସହିତ ହୋଇପାରିବ ନାହିଁ । ଏହି ସୁପର କମ୍ପ୍ୟୁଟରଗୁଡିକ ବୈଜ୍ଞାନିକ ଏବଂ ଅନୁସନ୍ଧାନ କାର୍ଯ୍ୟରେ ବ୍ୟବହୃତ ହୁଏ।

Share