Categories: ଜାତୀୟ

ବିଶ୍ୱର ସବୁଠାରୁ ବଡ ଅଫିସ କମ୍ପ୍ଲେକ୍ସ ‘ଡାଇମଣ୍ଡ ବୋର୍ସ’ର ଉଦଘାଟନ କଲେ ମୋଦି

ସୁରଟ,୧୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୁଜୁରାଟର ସୁରଟରେ ବିଶ୍ୱର ସର୍ବବୃହତ ଅଫିସ କମ୍ପ୍ଲେକ୍ସର ଉଦଘାଟନ କରିଛନ୍ତି। ୬୭ବର୍ଗ ଫୁଟ ଉପରେ ବ୍ୟାପିଥିବା ଏହି କମ୍ପ୍ଲେକ୍ସ ସୁରଟ ଡାଇମଣ୍ଡ ବୋର୍ସ ନାମରେ ପରିଚିତ ହେବ। ଆନ୍ତର୍ଜାତୀୟ ହୀରା ଏବଂ ଅଳଙ୍କାର ବ୍ୟବସାୟ ପାଇଁ ଏହା ବିଶ୍ୱର ସର୍ବବୃହତ ଏବଂ ଆଧୁନିକ କେନ୍ଦ୍ର ହେବ।

ଏହା ବ୍ୟତୀତ ସେ ସୁରଟକୁ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟ ଉପହାର ଦେଇଛନ୍ତି। ଏହା ସୁରଟରେ ବାଣିଜ୍ୟ ଏବଂ ବ୍ୟବସାୟ ପାଇଁ ଏକ ବଡ଼ ଉତ୍ସ ଦେବ ବୋଲି ଆଶା କରାଯାଉଛି।
ଏହାପୂର୍ବରୁ ପିଏମଓ ଶନିବାର ଦିନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ରବିବାର ଗୁଜୁରାଟ ଯିବେ ଏବଂ ସେଠାରେ ସେ ସୁରଟରେ ଡାଇମଣ୍ଡ ବୋର୍ସର ଉଦଘାଟନ କରିବେ। ପିଏମଓ ସୂଚନାଅନୁଯାୟୀ, ହୀରା ଏବଂ ଅଳଙ୍କାରର ଆନ୍ତର୍ଜାତୀୟ ବ୍ୟବସାୟ ପାଇଁ ଏହା ବିଶ୍ୱର ସର୍ବବୃହତ ତଥା ଆଧୁନିକ କେନ୍ଦ୍ର ହେବ। ସୁରଟ ଡାଇମଣ୍ଡ ବୋର୍ସରେ ଉଭୟ ରଫ୍‌ ଏବଂ ପଲିସ ହୀରା କାରବାର ହେବ। ଆମଦାନୀ-ରପ୍ତାନି ପାଇଁ ଅତ୍ୟାଧୁନିକ କଷ୍ଟମ୍ସ କ୍ଲିୟରାନ୍ସ ହାଉସ, ଖୁଚୁରା ଅଳଙ୍କାର ବ୍ୟବସାୟ ପାଇଁ ଜୁଏଲାରୀ ମଲ, ଆନ୍ତର୍ଜାତୀୟ ବ୍ୟାଙ୍କିଙ୍ଗ ସୁବିଧା ଏବଂ ସେଫ ଭାଲ୍ଟ ଭଳି ସୁରଟ ଡାଇମଣ୍ଡ ବୋର୍ସର ସୁବିଧା ରହିଛି।
ସୁରଟ ଡାଇମଣ୍ଡ ବୁର୍ସର ନାମ ଗିନିଜ ବୁକ ଅଫ ୱାଲର୍‌ଡ ରେକର୍ଡରେ ପଞ୍ଜୀକୃତ ହୋଇସାରିଛି। ଏହା ହେଉଛି ବିଶ୍ୱର ସର୍ବବୃହତ କାର୍ଯ୍ୟାଳୟ ଭବନ। ଏହି କୋଠାଟି ୬୭ଲକ୍ଷ ବର୍ଗଫୁଟରେ ନିର୍ମିତ ଏବଂ ଏହାର ନିର୍ମାଣ ପାଇଁ ପ୍ରାୟ ୩୫୦୦କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ବିଲ୍ଡିଂରେ ପ୍ରାୟ ୪୫୦୦ ହୀରା ବାଣିଜ୍ୟ କାର୍ଯ୍ୟାଳୟ ଏକାସାଙ୍ଗରେ କାର୍ଯ୍ୟ କରିପାରିବ। ଏହି ସମଗ୍ର ବିଲ୍ଡିଂରେ ପ୍ରତ୍ୟେକଟି ୧୫ ମହଲା ବିଶିଷ୍ଟ ୯ଟି ଟାଓ୍ବାର ଅଛି। ଏଥିରେ ୩୦୦ ବର୍ଗଫୁଟରୁ ୧ ଲକ୍ଷ ବର୍ଗଫୁଟ ପର୍ଯ୍ୟନ୍ତ କାର୍ଯ୍ୟାଳୟ ନିର୍ମାଣ କରାଯାଇଛି । ଏହି ବିଲଡିଂକୁ ଭାରତୀୟ ଗ୍ରୀନ ବିଲଡିଂ କାଉନସିଲରୁ ପ୍ଲାଟିନମ ରେଟିଂ ମଧ୍ୟ ମିଳିଛି।

Share