ନୂଆଦିଲ୍ଲୀ,୧୦ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର-ରାଜ୍ୟ ବିଜ୍ଞାନ ସମ୍ମିଳନୀର ଉଦଘାଟନ କରିଛନ୍ତି । ଏହି ଦୁଇ ଦିନିଆ କନକ୍ଲେଭର ଆୟୋଜନ ସାଇନ୍ସ ସିଟି ଅହମଦାବାଦରେ କରାଯାଇଛି । ଏଥିରେ ଏସଟିଆଇ ଭିଜନ ୨୦୪୭ ସହିତ ବିଭିନ୍ନ ବିଷୟଗତ କ୍ଷେତ୍ର ଉପରେ ଆଲୋଚନା ରଖାଯାଇଛି । ଉଦଘାଟନ ପରେ ପିଏମ ମୋଦି ତାଙ୍କର ସମ୍ବୋଧନ ଦେଇଛନ୍ତି । ମୋଦି କହିଛନ୍ତି ଏକବିଂଶ ଶତାବ୍ଦିରେ ଭାରତର ବିକାଶରେ ବିଜ୍ଞାନ ସେହିପରି ଶକ୍ତି ଯାହା ସବୁ କ୍ଷେତ୍ରରେ ବିକାଶ, ପ୍ରତି ରାଜ୍ୟରେ ବିକାଶକୁ ଅଗ୍ରଗତି କରିବାର ସାମର୍ଥ ରଖିଛି । ଆଜି ଯେତେବେଳେ ଭାରତ ଚତୁର୍ଥ ଔଦ୍ଦୋଗିକ କ୍ରାନ୍ତିର ନେତୃତ୍ୱ ନେବାକୁ ଆଗେଇଛି ସେତେବେଳେ ଭାରତର ବିଜ୍ଞାନ ଓ ଏହାସହ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୋଦି କହିଛନ୍ତି ଯେତେବେଳେ ଜ୍ଞାନ-ବିଜ୍ଞାନ ଆମର ପରିଚୟ ହୋଇଥାଏ ସେତେବେଳେ ସଂସାରର ସମସ୍ତ ସଙ୍କଟରୁ ମୁକ୍ତି ପାଇବାର ରାସ୍ତା ଆପଣଛାଏଁ ଖୋଲି ଯାଇଥାଏ । ସମାଧାନ ଓ ନବାଚାରର ଆଧାର ହେଉଛି ବିଜ୍ଞାନ । ଏହି ପ୍ରେରଣା ସହ ଆଜିର ନୂଆ ଭାରତ, ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ ସହ ଜୟ ଅନୁସନ୍ଧାନର ଆହ୍ୱାନ ସହ ଆଗକୁ ବଢୁଛି ।