‘ଦି କପିଲ ଶର୍ମା ଶୋ’କୁ ମୋଦି ଆମନ୍ତ୍ରିତ

ମୁମ୍ବାଇ: ‘ଦି କପିଲ ଶର୍ମା ଶୋ’ ବିଷୟରେ କିଏ ନ ଜାଣିଛି। ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏହି ଶୋ’ ଦେଖିବାକୁ ବେଶ୍‌ ପସନ୍ଦ କରିଥା’ନ୍ତି। ତେବେ ଏହି ଶୋ’ରେ ବହୁ ବଡ଼ ବଡ଼ ସେଲିବ୍ରିଟି, ରାଜନେତା, କ୍ରିକେଟର, ଖବରଦାତାଙ୍କ ପରି ବିଶିଷ୍ଟ ବ୍ୟକ୍ତିବିଶେଷ ଆସିଥା’ନ୍ତି। ଶୋ’ର ଉପସ୍ଥାପକ ତଥା ଅଭିନେତା କପିଲ ଶର୍ମା ଏକ ସାକ୍ଷାତ୍‌କାର ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କିଛି କଥା କହିଛନ୍ତି। ଯେତେବେଳେ କପିଲ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ, ସେତେବେଳେ ସେ ମୋଦିଙ୍କୁ ତାଙ୍କ ଶୋ’କୁ ନିମନ୍ତ୍ରଣ କରିଥିବା କହିଥିଲେ। ମୋଦି ଉତ୍ତରରେ କହିଥିଲେ, ଏବେ ତାଙ୍କୁ ବିରୋଧୀମାନେ ବହୁତ କମେଡି କରୁଛନ୍ତି। କପିଲଙ୍କ ଅନୁରୋଧରେ ପ୍ରଧାନମନ୍ତ୍ରୀ ମନା କରି ନ ଥିଲେ। କେଉଁଦିନ ଗୋଟେ ଆସିବେ ବୋଲି କହିଥିଲେ। ତେବେ କପିଲ ତାଙ୍କ କମେଡି ଫିଲ୍ମ ‘ଜ୍ୱିଗାଟୋ’ର ରିଲିଜ୍‌ ପାଇଁ ବ୍ୟସ୍ତ ଅଛନ୍ତି। ଆସନ୍ତା ୧୭ ତାରିଖରେ ଏହି ଫିଲ୍ମ ରିଲିଜ୍‌ ହେବ ବୋଲି ସୂଚନା ମିଳିଛି।

Share