Categories: ଜାତୀୟ

ମୋଦି ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ, ଚାଇନାର ନାମ ନେବାକୁ ଭୟ କରୁଛନ୍ତି: ଓଓ୍ବାଇସି

ନୂଆଦିଲ୍ଲୀ, ୨୦।୧: ଅରୁଣାଚଳ ପ୍ରଦେଶରେ ଚାଇନା ୧୦୦ ଘର ବିଶିଷ୍ଟ ଏକ ଗାଁ ନିର୍ମାଣ କରିଛି। ଏନେଇ ଖବର ପ୍ରକାଶ ପାଇବା ପରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ଆରମ୍ଭ କରିଛନ୍ତି। ମୋଦିଙ୍କୁ ଟାର୍ଗେଟ୍‌ କରି ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ୍‌ ଓଓ୍ବାଇସି କହିଛନ୍ତି ଯେ, ମୋଦି ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ। ଅରୁଣାଚଳ ପ୍ରଦେଶରେ ଗାଁ ନିର୍ମାଣ ନେଇ ମୋଦି ଚାଇନାର ନାମ ନେବାକୁ ଭୟ କରୁଥିବା ଓଓ୍ବାଇସି କହିଛନ୍ତି। ଓଓ୍ବାଇସିଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share